ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିକଟସ୍ଥ ରଗଡି ଗୋବର୍ଦ୍ଧନ ଗୋଶାଳା ରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି ! ଗୋମାତା ଗୋବିନ୍ଦ ଏବଂ ଗଛ କୁ ସେବାର ଥିମ କରି କାର୍ଯ୍ୟ କରି ଆସୁଥିବା ବସୁଧା ଟ୍ରଷ୍ଟ ଏବଂ ଗୋବର୍ଦ୍ଧନ ଗୋଶାଳା ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫକୀର ଚରଣ ଦାଶ , ଅଜୟ ସ୍ୱାଇଁ . ସିଦ୍ଧେଶ୍ୱର ପାଇକରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ! ଇନ୍ଦ୍ରଙ୍କ କୋପରୁ ଗୋପପୁର ବାସୀଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରଭୂ ଶ୍ରୀକୃଷ୍ଣ ନିଜ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉପରକୁ ଉଠାଇଥିଲେ । ସେହି ପୌରାଣିକ ସ୍ମୃତିକୁ ଆଧାର କରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୁଏ । ଏହି ପରିପେକ୍ଷୀରେ ରଗଡି ଗୋବର୍ଦ୍ଧନ ଗୋଶାଳା ରେ ପୂଜାର ଆୟୋଜନ ହୋଇଥିଲା ।
ରଗଡି ଗୋବର୍ଦ୍ଧନ ଗୋଶାଳା ରେ ଗିରି ଗୋବର୍ଦ୍ଧନ ପୂଜା !!!

