Site icon Awaj Media

ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟାରେ ସୂଚନା ଅଭାବରୁ ଅଂଶ ଗ୍ରହଣ କରି ହେଲାନି ବୋଲି କଳାକାରଙ୍କ ଅଭିଯୋଗ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗଜପତି ଜିଲ୍ଲାରେ ଜିଲ୍ଲାସ୍ତରୀୟ ‘ଆମ କଳାକାର’ ଚୟନ ପ୍ରକ୍ରିୟା ପାରଳାଖେମୁଣ୍ଡି ଟାଉନ ହଲ୍‌ଠାରେ ଆରମ୍ଭ ହୋଇଛି। ଏହି ଚୟନ ପ୍ରକ୍ରିୟା ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି କିନ୍ତୁ ସଚେତନତା ଅଭାବରୁ ଅଂଶ ଗ୍ରହଣ କରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ! ଏହି ପ୍ରକ୍ରିୟା ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ କଳାକାରମାନଙ୍କୁ ଚୟନ କରାଯିବ। ଚୟନିତ ଅନୁଷ୍ଠାନଗୁଡ଼ିକ ଭବିଷ୍ୟତରେ ବିଭାଗ ପକ୍ଷରୁ ପ୍ରାୟୋଜିତ ରାଜ୍ୟ ଓ ଜାତୀୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜର କଳା ପରିବେଷଣ କରିବାର ସୁଯୋଗ ପାଇବେ। ଜିଲ୍ଲାର କଳା, ସଂସ୍କୃତି ଓ ପାରମ୍ପରିକ କଳାରୂପକୁ ରାଜ୍ୟ ତଥା ଜାତୀୟସ୍ତରରେ ପରିଚିତ କରାଇବା ଏହି ଚୟନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଆୟୋଜନ କରାଯାଇଛି। କିନ୍ତୁ କଳା କାର ମାନେ ସଚେତନତା ଅଭାବରୁ ପାଞ୍ଜି କୃତ ହୋଇ ପାରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଏଥି ପ୍ରତି ଜିଲ୍ଲା ପ୍ରଶାସନ ହଉ ସରକାର ଦୃଷ୍ଟି ଦେଲେ କଳାକାର ଉପକୃତ ହୋଇ ପାରିବେ ବୋଲି ଦୁଃଖ ପ୍ରକାଶ କରିଛନ୍ତି।

Exit mobile version