Site icon Awaj Media

ନୟାଗଡ଼ରେ ନୂତନ ଆଧାର ସେବା କେନ୍ଦ୍ର ଉଦଘାଟିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲାର ଦୁର୍ଗାପ୍ରସାଦ ଠାରେ ଏକ ନୂତନ ଆଧାର ସେବା କେନ୍ଦ୍ର ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସେନାପତି, ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ନିହାର ରଞ୍ଜନ ନାୟକ, ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ, ଅପେରସନ ହେଡ ମନୋଜ କୁମାର ସାମଲ, ମାନସ କୁମାର ସାସମଲ ଆଦି ଉପସ୍ଥିତ ଥିଲେ  l ଆଧାର ସମ୍ବନ୍ଧୀୟ କୌଣସି କାର୍ଯ୍ୟ କିମ୍ବା ଅଭିଯୋଗର ସମାଧାନ ପାଇଁ ନୟାଗଡ଼ବାସୀଙ୍କୁ ଆଉ ଭୁବନେଶ୍ୱରସ୍ଥିତ ୟୁଆଇଡିଏଆଇ ରାଜ୍ୟ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଏହି ନୂତନ ଆଧାର ସେବା କେନ୍ଦ୍ରଟି ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଏକ ସ୍ୱତନ୍ତ୍ର ସେବା କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏଠାରେ ନୟାଗଡ଼ ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ଲୋକମାନେ ବିଭିନ୍ନ ପ୍ରକାରର ଆଧାର ସେବା ସହଜରେ ପାଇପାରିବେ ଯଥା ନୂତନ ଆଧାର ପଞ୍ଜୀକରଣ, ସଂଶୋଧନ ଓ ଅପଡେଟ୍ ସେବା, ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ଆଧାର ପଞ୍ଜୀକରଣ, ଅନୁମୋଦିତ ହ୍ୱାଇଟ୍‌ଲିଷ୍ଟେଡ୍ ଆଧାର ପଞ୍ଜୀକରଣ ଓ ସଂଶୋଧନ ସେବା, ଆଧାର ବିବରଣୀରେ ସଂଶୋଧନ, ବୟସ ସମ୍ବନ୍ଧୀୟ ମାମଲାର ସମାଧାନ ଇତ୍ୟାଦି l ନୟାଗଡ଼ ଠାରେ ଏହି ଆଧାର ସେବା କେନ୍ଦ୍ରର ପ୍ରତିଷ୍ଠା ଦ୍ୱାରା ଜିଲ୍ଲାବାସୀଙ୍କ ଯାତାୟାତ ସମୟ ଓ ଖର୍ଚ୍ଚ ହ୍ରାସ ପାଇବା ସହିତ ଆଧାର ସମ୍ବନ୍ଧୀୟ କାର୍ଯ୍ୟ ଅଧିକ ସରଳ, ଶୀଘ୍ର ଓ ସୁବିଧାଜନକ ହୋଇପାରିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଥିଲେ l

Exit mobile version