Site icon Awaj Media

ତାଳଚେରରେ ନଭେମ୍ବର ୧୮ରେ ଅନୁଷ୍ଠିତ ହେବ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା–୨୦୨୬ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରର ବିକାଶ, ଆଧୁନିକ ଜ୍ଞାନକୌଶଳର ପ୍ରସାର ତଥା ଚାଷୀ ଓ ମତ୍ସ୍ୟଚାଷୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆସନ୍ତା ୧୮ ନଭେମ୍ବର ୨୦୨୬ ତାରିଖ ବୁଧବାର ଦିନ ତାଳଚେରଠାରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା–୨୦୨୬ ଅନୁଷ୍ଠିତ ହେବ।
ଏହି ମେଳା ଦେଉଳବେଡ଼ାସ୍ଥିତ ଗ୍ରୀନ୍ ଗ୍ରାସ୍ ଷ୍ଟାଡିୟମ୍ ନିକଟସ୍ଥ ଡିସିଆଇ କ୍ଲବ୍ ପରିସରରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆୟୋଜିତ ହେବ।
ଏହି ମେଳାରେ ୬୦୦ରୁ ଊର୍ଦ୍ଧ୍ୱ ଚାଷୀ, ମତ୍ସ୍ୟଚାଷୀ ଓ ସାଧାରଣ ଜନସାଧାରଣ ଯୋଗଦେବାର ଆଶା ରହିଛି। ଏଥିରେ ମାନ୍ୟବର ସାଂସଦ, ଢେଙ୍କାନାଳ, ମାନ୍ୟବର ବିଧାୟକ, ତାଳଚେର, ଉପଜିଲ୍ଲାପାଳ, ତାଳଚେରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିବୃନ୍ଦ ଯୋଗଦେବେ।
ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ବିଭିନ୍ନ ଯୋଜନା, ସରକାରୀ ସୁବିଧା ଓ ଆଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯିବ।
ଏହି ମେଳାର ବ୍ୟାପକ ପ୍ରଚାର ପ୍ରସାର ତଥା କାର୍ଯ୍ୟକ୍ରମର ଖବର ପ୍ରକାଶନ ଓ ପ୍ରସାରଣ ନିମନ୍ତେ ସମସ୍ତ ମୁଦ୍ରିତ ଗଣମାଧ୍ୟମ (Print Media) ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ (Electronic Media)ର ପ୍ରତିନିଧିମାନଙ୍କୁ ଉପସ୍ଥିତ ରହି କାର୍ଯ୍ୟକ୍ରମର କଭରେଜ୍ କରିବା ସହିତ ଏହାକୁ ଗଣମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରାଯାଉଛି।

Exit mobile version