Site icon Awaj Media

ପାରାଦୀପ ବନ୍ଦର ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ : ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପାରାଦୀପ ବନ୍ଦର ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ , ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ l ଦୀର୍ଘ ଦିନର ନାଯ୍ୟ ଦାବି ପୂରଣ ନେଇ ଆଜି ପାରାଦୀପ ବନ୍ଦରର ବହୁ ସଂଖ୍ୟକ ଡିଏଲ୍ଆର୍ ଏବଂ ଠିକା ଶ୍ରମିକ ‘ଶ୍ରମିକ ଏକତା ମଞ୍ଚ’ ବ୍ୟାନରରେ ଏକାଠି ହୋଇ ମାଉସୀ ମା ଛକ ନିକଟରୁ ବିରାଟ ରାଲିରେ ଚାଲି ଚାଲି ଯାଇ ପାରାଦୀପ ବନ୍ଦର ପ୍ରଶାସନ ନିକଟରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପାରାଦୀପ ପୋର୍ଟ ଟ୍ରେଡ଼ ୟୁନିୟନ ମିଳିତ ସମନ୍ୱୟ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମିକମାନେ ନିଜର ହକ୍ ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ପରେ ତେରଟି ଟ୍ରେଡ଼ ୟୁନିୟନ ମଧ୍ୟରୁ ମୁଖ୍ୟ ମୁଖ୍ୟ ଶ୍ରମିକ ନେତା ମାନେ , ବନ୍ଦର ପ୍ରଶାସନ ମୁଖ୍ୟ , ପାରାଦୀପ ବନ୍ଦର ଅଧ୍ୟକ୍ଷ ଙ୍କୁ ସେମାନଙ୍କର ଦାବି ପତ୍ର ଦେବାସହ ଶ୍ରମିକ ଙ୍କ ସମସ୍ୟା ବିଷୟରେ ଅବଗତ କରିଥିଲେ l ବନ୍ଦର ଅଧ୍ୟକ୍ଷ ଏ ବିଷୟରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବା ରୁ ବିକ୍ଷୋଭକାରୀ ନିଜ ନିଜ କାର୍ଯ୍ୟକୁ ଫେରିଥିଲେ l ଯଦି ଆସନ୍ତା ଡ଼ିସେମ୍ବର ସାତ ତାରିଖ ମଧ୍ୟରେ ଦାବି ପୂରଣ ନ ହୁଏ ତେବେ ଆଗମୀ ଡିସେମ୍ବର ସାତ ତାରିଖ ରେ ବିରାଟ ଆନ୍ଦୋଳନ ହେବା ସହ ଧର୍ମଘଟ କରାଯିବାର ଚେତାବନୀ ମଧ୍ୟ ଦେଇଥିଲେ l

Exit mobile version