Site icon Awaj Media

ଟାଟା ପାୱାର ଚୁକ୍ତି ଭିତ୍ତିକ କର୍ମଚାରି ମହାସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇଲା ଆମ୍ ଆଦମୀ ପାର୍ଟି !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଲୋୟର ପିଏମଜି ଠାରେ ଟାଟା ପାୱାର ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଙ୍ଘର ଦୀର୍ଘ ୧୦ଦିନ ଧରି ଚାଲିଥିବା ଆମରଣ ଅନଶନକୁ ଆମ ଆଦମୀ ପାର୍ଟି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଆନ୍ଦୋଳନ ସ୍ଥଳରେ ପହଞ୍ଚି ସମର୍ଥନ ଜ୍ଞାପନ କରିଥିଲେ। ରାଜ୍ୟ ସରକାରଙ୍କ ଅନୁକମ୍ପା ବଳରେ ବଳୀୟାନ ହୋଇ ଟାଟା ପାୱାର ଯେଉଁଭଳି ଅନ୍ୟାୟ ଓ ଅନୀତି ପୂର୍ଣ୍ଣ ଢଙ୍ଗରେ କର୍ମଚାରୀ ମାରଣ ନୀତି ଅବଲମ୍ବନ କରୁଛି ତାହାକୁ ଶ୍ରୀ ମହାପାତ୍ର କଠୋର ସମାଲୋଚନା କରିଥିଲେ। ଅତି ସ୍ଵଳ୍ପ ବେତନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସର୍ବ ନିମ୍ନ ମଜୁରୀ ପ୍ରଦାନ କରିବା ସହ ଠିକା ନିଯୁକ୍ତି ବନ୍ଦ କରି ସେମାନଙ୍କ ଚାକିରୀ ସ୍ଥାୟୀ କରିବାକୁ ଶ୍ରୀ ମହାପାତ୍ର ସରକାରଙ୍କ ନିକଟରେ ଦାବୀ ଜଣାଇଥିଲେ। ଛଟେଇ ବନ୍ଦ କରିବା ସହ ତୁରନ୍ତ ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବାକୁ ସେ ଦାବୀ ଜଣାଇଥିଲେ। ଗତ ମେ ମାସରେ ସରକାରଙ୍କ ତରଫରୁ କର୍ମଚାରୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହୋଇ ନ ଥିବାରୁ ନିଶିକାନ୍ତ ମହାପାତ୍ର ତୀବ୍ର ନିନ୍ଦା କରିଥିଲେ। ଏହି ଅବସରରେ ଆନ୍ଦୋଳନରତ ଶତାଧିକ କର୍ମଚାରୀଙ୍କ ସହ ସୁଦୀର୍ଘ ଆଲୋଚନା କରିବା ସହିତ ଆଗାମୀ ଦିନରେ ସେମାନଙ୍କର ସମସ୍ତ ଦାବି ପୂରଣ ନିମନ୍ତେ ଦଳ ତରଫରୁ କିପରି ଭାବେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଇପାରିବ ସେ ସମ୍ପର୍କରେ ଉପସ୍ଥିତ ଆନ୍ଦୋଳନକାରୀଙ୍କୁ ଶ୍ରୀ ମହାପାତ୍ର ପ୍ରତିଶୃତି ପ୍ରଦାନ କରିଥିଲେ। କର୍ମଚାରୀଙ୍କର ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନକୁ ଶେଷ ପର୍ଯ୍ୟନ୍ତ ଆମ ଆଦମୀ ପାର୍ଟି ସମର୍ଥନ ଓ ସହଯୋଗ ଜାରି ରଖିବ ବୋଲି ରାଜ୍ୟ ସଭାପତି ଘୋଷଣା କରିଥିଲେ। କର୍ମଚାରୀ ମହାସଂଘର ସଭାପତି ପବିତ୍ର ନାୟକ ତାଙ୍କ ଉଦବୋଧନରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭାପତି ଏବଂ ସମସ୍ତ ନେତୃମଣ୍ଡଳୀଙ୍କୁ କର୍ମଚାରି ସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରିବା ସହ ଏବଂ ଆଗାମୀ ଦିନରେ ସମସ୍ତେ ଏକତାର ସହିତ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଜଣାଇଥିଲେ।

Exit mobile version