ନରସିଂହପୁର ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ନରସିଂହପୁର ତହସିଲ ପ୍ରଶାସନ ପକ୍ଷରୁ ସୋମବାର ଠେଙ୍ଗାପଲ୍ଲୀ ମୌଜାରେ ପାହାଡ଼ ଜଙ୍ଗଲ ନିକଟବର୍ତ୍ତୀ ସରକାରୀ ଜମିରେ ଦୀର୍ଘ ବର୍ଷ ଧରି ବାସବାସ କରି ଆସୁଥିବା 25 ପରିବାର ଘରକୁ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ଘର ଭାଙ୍ଗିବା ସହ ଜବର ଦଖଲ ଉଚ୍ଛେଦ କରିଛି। ମାତ୍ର ସେଥି ମଧ୍ୟରୁ କିଛି ବଳି ପଡିଛନ୍ତି ! ଅସହାୟ, ନିଃସହାୟ, ଦିନ ମଜୁରିଆ, ଖଟିଖିଆ, ସ୍ୱାମୀ ପରିତ୍ୟକ୍ତା ଭଳି କେତେକ ଭୂମିହୀନ ବ୍ୟକ୍ତି ଙ୍କ ଅଭିଯୋଗ ଅନୁଯାୟୀ ନୂଆପାଟଣା ଗ୍ରାମର ଝୁନୁ ବେହେରା ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା, ସ୍ୱାମୀ ହାତ ଛାଡ଼ିଦେବା ପରେ ନିଜର ଏକ 14 ବର୍ଷର ଝିଅ କୁ ନେଇ ଠେଙ୍ଗାପଲ୍ଲୀ ମୌଜାର ପାହାଡ଼ ଜଙ୍ଗଲ ନିକଟରେ ଦୀର୍ଘ 12 ବର୍ଷ ହେଲା ଘରକରି ରହୁଥିଲେ। ମୁଲ ମହୁରୀ କରି ଯାହା କିଛି ଫଳେ ପୁଷ୍ପେ ମିଳୁଥିଲା. ସେଥିରେ କଷ୍ଟେମଷ୍ଟେ ଚଳି ଯାଉଥିଲେ।
ମାତ୍ର ପ୍ରଶାସନ ପକ୍ଷରୁ ଘର ଭାଙ୍ଗିବା ସମୟରେ ପ୍ରଶାସନ ର ଗୋଡ଼ ହାତ ଧରି ବହୁ କାକୁତି ମିନତୀ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଶୁଣି ନଥିଲେ। ଘର ଭାଙ୍ଗିଯିବା ପରେ ଶୀତକାକରରେ ମା, ଝିଅ ଅତି ଦୟନୀୟ ଅବସ୍ଥା ରେ ରହିଛନ୍ତି, ସେହିପରି ଅନ୍ୟ 25 ପରିବାର ଦୀର୍ଘ ବର୍ଷ ଧରି ସରକାରୀ ଜମିରେ ଘରକରି ରହିଥିଲେ। ସେମାନଙ୍କ ଘର ମଧ୍ୟ ଭାଙ୍ଗି ଦେଇଛି ପ୍ରଶାସନ, ଏନେଇ ତହସିଲଦାର ଅମ୍ରିତା ସାହୁ ଙ୍କୁ ଘଟଣା ସମ୍ପର୍କ ରେ ପଚାରିବାରୁ ଅଫିସ୍ ଆସିଲେ ଘଟଣା ସମ୍ପର୍କ ରେ କହିବେ ବୋଲି କହିଥିଲେ। ଅନ୍ୟ ପକ୍ଷରେ ସାଧାରଣ ରେ ପ୍ରଶ୍ନ ଉଥିବା ସ୍ୱାଭାବିକ ବସୁନ୍ଧରା ଯୋଜନା କାହା ପାଇଁ ଅଛି? ଭୂମିହୀନ ପରିବାର କୁ ସରକାର ବସୁନ୍ଧରା ଯୋଜନାରେ ସରକାରୀ ଜମି ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଏଠି ଅଲଗା? ଯେଉଁମାନେ ରାସ୍ତା କଡରେ ସରକାରୀ ଜମିରେ ବିରାଟ ବିରାଟ ଅଟାଳିକା ନିର୍ମାଣ କରିବା ସହ ଏକର ଏକର ସରକାରୀ ଜମି ଜବର ଦଖଲ କରି ରହିଛନ୍ତି, ସରକାର ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି କିନ୍ତୁ ଯେଉଁ ମାନେ ଜଙ୍ଗଲ ନିକସ୍ତବର୍ତ୍ତୀ ଅଞ୍ଚଳରେ ଅସହାୟ, ନିଃସହାୟ, ଗରିବ,ଦିନମଜୁରିଆ ଭୂମିହୀନ ପରିବାର ଅଛନ୍ତି ସେଇମାନଙ୍କୁ ଉଛେଦ କରୁଛି, ପ୍ରଶାସନ ପକ୍ଷରୁ ଯେଉଁମାନେ ପ୍ରକୃତ ଭୂମିହୀନ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଅନ୍ୟତ୍ର ବସୁନ୍ଧରା ଯୋଜନାରେ ସରକାରୀ ଜମି ଯୋଗାଇ ଦେଇ ଥଇଥାନ କରିବା ପାଇଁ ଦାବୀ ହେଉଛି।
ଅସହାୟ, ସ୍ୱାମୀ ପରିତ୍ୟକ୍ତାଙ୍କ ଘର ଭାଙ୍ଗିଲା ପ୍ରଶାସନ : ଶୀତ କାକରରେ ମା, ଝିଅ !!!

