Site icon Awaj Media

ଚୋରି ମାମଲାରେ ନୟାଗଡ ପୋଲିସର ସଫଳତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଚୋରି ମାମଲାରେ ନୟାଗଡ ପୋଲିସର ସଫଳତା , ଇଟାମାଟି ଥାନା ରେ କେସ୍ ନଂ-୪୦୧, ଧାରା ୩୦୪(୨)/୩(୫) ବିଏନ୍‌ଏସ୍‌ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଭିମାପଡ଼ା ଗ୍ରାମର ଅନ୍ନପୂର୍ଣ୍ଣା ମହାପାତ୍ର (୩୬), ସ୍ୱାମୀ-ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା। ଘଟଣାରେ ଗୋଟିଏ ମୋବାଇଲ ଫୋନ୍ ଓ ₹୩,୯୦୦ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ସେହିପରି, ସରଣକୁଳ ଥାନା କେସ୍ ନଂ-୩୧୬, ତା. ୦୬.୧୧.୨୦୨୬, ଧାରା ୩୦୪(୨) ବିଏନ୍‌ଏସ୍‌ ଅନୁଯାୟୀ ବାଜି ସାହୁ, ପିତା-ସ୍ୱର୍ଗତ ଫକୀର ସାହୁ, ଗୋଡ଼ିପଡ଼ା ଗ୍ରାମଙ୍କ ଅଭିଯୋଗ ଆଧାରରେ ଗୋଟିଏ ସୁନା ହାର ଚୋରି ଘଟଣାରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ପୋଲିସ ପକ୍ଷରୁ ନିମ୍ନଲିଖିତ ଅଭିଯୁକ୍ତମାନଙ୍କ ନାମ ଚିହ୍ନଟ କରାଯାଇଛି ! କାଇ ଓରଫ୍ କୈଳାଶ ପ୍ରଧାନ, ପିତା-ରମେଶ ପ୍ରଧାନ, ନୟାଗଡ଼, ଜାଜଙ୍ଗିଶାଇ । ସୋନୁ ଓରଫ୍ ପଙ୍କଜ ଡାକୁଆ, ପିତା-ଟିକନ ଦାସ, ବାଲୁଗାଁ, ଗଡ଼ଭିତର ସାହି । ଗୌର ଓରଫ୍ ଜୀବନ ଦାସ, ପିତା-ନୀଳୁ ଦାସ, ତ୍ରିନାଥ ଛକ, ନୟାଗଡ଼ (ଗ୍ରହୀତା) । କୃଷ୍ଣଚନ୍ଦ୍ର ସ୍ୱାଇଁ ଓରଫ୍ ପିଣ୍ଟୁ, ପିତା-ରମେଶ ଚନ୍ଦ୍ର ସ୍ୱାଇଁ, ଇଟାମାଟି, ବେହେରାସାହି । ତାଙ୍କୁ ପୂର୍ବରୁ ଅଦାଲତକୁ ପଠାଯାଇଛି । ତଦନ୍ତ ସମୟରେ ପୋଲିସ ନିମ୍ନଲିଖିତ ସାମଗ୍ରୀ ଜବତ କରିଛି – ପଲସର ୨୨୦ ଏଫ୍ ମୋଟରସାଇକେଲ, ରେଜିଷ୍ଟ୍ରେସନ୍ ନଂ ଓ ଡି ୨୫ ପି ୯୧୬୭ । ₹୧,୨୦୦ ନଗଦ, ଯେଉଁଥିରେ ₹୫୦୦ର ୨ଟି ନୋଟ୍ ଓ ₹୧୦୦ର ୨ଟି ନୋଟ୍ ରହିଛି । ଗୋଟିଏ ଭଙ୍ଗା ସୁନା ହାର , ୮ଟି ମୋବାଇଲ ଫୋନ୍ । ମାମଲାର ତଦନ୍ତ ଜାରି ରହିଛି।

Exit mobile version