ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ବ୍ଳକ ଘଣ୍ଟପଡ଼ାସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ୫୩ତମ ଶିଶୁ ଦିବସ ପାଳିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଗୌରୀ ଶଙ୍କର ବେହେରା ଜିଲ୍ଲା ମହିଳା ଓ ଶିଶୁ ଅଧିକାରୀ ଅନୁଗୋଳ , ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଦିପ୍ତୀ ରଞ୍ଜନ ବିଶ୍ୱାଳ ଆଇଡ୍ରିମ ମହାବିଦ୍ୟାଳୟ ନିର୍ଦ୍ଦେଶକ , ଶ୍ରୀଯୁକ୍ତ ଉମେଶ ପ୍ରସାଦ ମିଶ୍ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ , ଶ୍ରୀଯୁକ୍ତ ପ୍ରମୋଦ ଚନ୍ଦ୍ର ପ୍ରଧାନ ଘଣ୍ଟପଡ଼ା ଗ୍ରାମ୍ୟ କମିଟି ସଂପାଦକ ଅତିଥି ଭାବରେ ଯୋଗଦେଇଥିଲେ । ସଂଘର ସଭାପତି ଶ୍ରୀଯୁକ୍ତ ଧୀରେନ୍ଦ୍ର ଦାସ ସଭାପତିତ୍ବ କରିଥିଲେ । ଅତିଥି ବୃନ୍ଦ ପ୍ରଥମେ ଜଗନ୍ନାଥଙ୍କ ଓ ନେହେରୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଗ୍ରାମର ଦିବଂଗତ ବ୍ୟକ୍ତିଙ୍କ ପାଇଁ ସଂଘ ପକ୍ଷରୁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଂପାଦକ ପ୍ରଫୁଲ୍ଲ କୁମାର ଦାସ ବାର୍ଷିକ ପାଠ୍ୟ ବିବରଣୀ ପ୍ରଦାନ କରିଥିଲେ ଓ ମୁଖ୍ୟ ଅତିଥି ନେହେରୁଙ୍କ ଆତ୍ମ ଜୀବନୀ ଉପରେ ଆଲୋକ ପାତ କରିଥିଲେ ।ଏହି ଅବସରରେ ଘଣ୍ଟପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ସାଧାରଣ ଜ୍ଞାନ , ମ୍ୟୁଜିକ୍ ଚେୟାର , ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଘଣ୍ଟପଡ଼ାରେ ଦେଶାତ୍ମକ ବୋଧକ ସଙ୍ଗୀତ, ଗଣିତ ଦୌଡ଼ , ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଚିତ୍ରାଙ୍କନ ଓ ତର୍କ ବିତର୍କ ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଟ୍ରଫି ପ୍ରଦାନ କରାଯାଇ ଥିଲା । ଅନୁଗୋଳ ଜିଲ୍ଲାର ପ୍ରତିଭାଧାରୀ ଶ୍ରୀମାନ ବିଷ୍ଣୁ ସାହୁ ଘଣ୍ଟପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ , ପ୍ରିୟାଂଶୁ ପାଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଘଣ୍ଟପଡ଼ା ମାଟ୍ରିକ ପରୀକ୍ଷାରେ ରଖିଥିବା ସର୍ବାଧିକ ନମ୍ବର , ଆଦର୍ଶ ସାମ୍ବାଦିକ ବିରଜା ଶଙ୍କର ମିଶ୍ର ସମାଜ ପ୍ରତିନିଧି ତାଳଚେର , ସ୍ଵର୍ଗତ ବିନୟ କୁମାର ବେହେରା ଦଣ୍ଡ ନୃତ୍ୟଗୁରୁ ଓ କଳାକାର ଗୁରୁଜାଙ୍ଗ ତାଳଚେର , ଶଙ୍କର ବାଇ ଓଡ଼ିଶି ନୃତ୍ୟଗୁରୁ ସ୍ୱୟଂଶ୍ରୀ ନୃତ୍ୟ ଅନୁଷ୍ଠାନ ତାଳଚେର , ଅବସର ପ୍ରାପ୍ତ ଆଦର୍ଶ ହିନ୍ଦି ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ , ଆଦର୍ଶ ଶାରୀରିକ ଶିକ୍ଷା ଶିକ୍ଷକ ସନ୍ତୋଷ କୁମାର ଜେନା ଘଣ୍ଟପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ , ସେଣ୍ଟ ଜନ୍ ଆମ୍ବୁଲାନସ ଏମ ସି ଏଲ ଡ଼ିଭିଜନର ସଦସ୍ୟ ବୃନ୍ଦ ସାମାଜିକ କଲ୍ୟାଣ କାର୍ଯ୍ୟ , ଶ୍ୟାମା ଶ୍ୟାମ ସତସଙ୍ଗ କେନ୍ଦ୍ର ବୈଷ୍ଣବ ରଗୁଡ଼ି ଭଗବତ ଚର୍ଚ୍ଚା , ସର୍ବପୁରାତନ ମଞ୍ଚ ଘଣ୍ଟପଡ଼ା ଜୟଶ୍ରୀ ଲକ୍ଷ୍ମୀ ପୂଜା କମିଟି, ରାଜଶ୍ରୀ ଲକ୍ଷ୍ମୀ ପୂଜା କମିଟି ବଡ଼ ସାହି, ମହାଲକ୍ଷ୍ମୀ ପୂଜା ମଣ୍ଡପ ସାହିର ସଦସ୍ୟ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ତତସହିତ କୁନି କୁନି ପିଲାଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମରେ ଘଣ୍ଟପଡ଼ା ଗ୍ରାମର ବିଶିଷ୍ଟ ଭଦ୍ରବ୍ୟକ୍ତି , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ , ଆଶା କର୍ମୀ, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ସଂଘର ଉପସଭାପତି କାହ୍ନୁ ଚରଣ ଦାସ , ସଂପାଦକ ପ୍ରଫୁଲ୍ଲ କୁମାର ଦାସ , ସହ ସଂପାଦକ ମନୋଜ ଦାସ , ସତ୍ୟମ ସାହୁ, ପ୍ରଶାନ୍ତ ଦାସ, ଅନିମେଶ ସାହୁ, ଅଂଶୁମାନ ଦାସ, ଦେବାଶିଷ ସାହୁ, ପ୍ରୟାଗ ଦାସ ବହୁ ସଦସ୍ୟ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା ଶ୍ରୀଯୁକ୍ତ କରୁଣାକର ବାଇ କରିଥିଲେ । ଶେଷରେ କୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

