Site icon Awaj Media

ତାଳଚେର କୋଇଲା ଖଣି କ୍ଷେତ୍ରର ୪୧ତମ ଥଇଥାନ ଓ ପୁନର୍ବାସ ଅଭିଯୋଗ ଶୁଣାଣି ବୈଠକ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର କୋଇଲା ଖଣି କ୍ଷେତ୍ରର ୪୧ତମ ଥଇଥାନ ଓ ପୁନର୍ବାସ ଅଭିଯୋଗ ଶୁଣାଣି ବୈଠକ ! ମୌଳିକ ସୁବିଧା ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ! ତାଳଚେର କୋଇଲା ଖଣି କ୍ଷେତ୍ର ଅନ୍ତର୍ଗତ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରଗୁଡ଼ିକର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆଜି ୪୧ତମ ଥଇଥାନ ଓ ପୁନର୍ବାସ ଅଭିଯୋଗ ଶୁଣାଣି ଫୋରମ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଶ୍ରୀ ପ୍ରଜ୍ଞାନନ୍ଦନ ଗିରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଖଣି ପ୍ରଭାବିତ ଅଞ୍ଚଳର ବିଭିନ୍ନ ଅଭିଯୋଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବୈଠକରେ ମୁଖ୍ୟତଃ କ୍ଷତିପୂରଣ, ମୌଳିକ ଭିତ୍ତିଭୂମିର ବିକାଶ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବିଭିନ୍ନ ଖଣି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଗ୍ରାମବାସୀ ଓ ପ୍ରତିନିଧିମାନେ ସେମାନଙ୍କର ଦାବି ଓ ସମସ୍ୟା ଉପଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଉପସ୍ଥାପିତ ଅଭିଯୋଗଗୁଡ଼ିକୁ ବିଚାର କରି ଉପ ଜିଲ୍ଲାପାଳ ଶ୍ରୀ ଗିରି ଏମସିଏଲ୍ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକୃତ ହିତାଧିକାରୀ ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଏମସିଏଲ୍‌ର ଅଧିକାରୀ ଏବଂ ରାଜସ୍ୱ ବିଭାଗର ଅଧିକାରୀବୃନ୍ଦ ଏବଂ ବିଭିନ୍ନ ଗ୍ରାମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Exit mobile version