Site icon Awaj Media

ସମାଜସେବା ପାଇଁ କ୍ଷିରୋଦ ସାହୁଙ୍କୁ ‘ରାଜ୍ୟ ସେବା ସମ୍ମାନ’ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମର ବିଶିଷ୍ଟ ସମାଜସେବୀ କ୍ଷିରୋଦ ସାହୁଙ୍କୁ ତାଙ୍କର ଅତୁଳନୀୟ ସାମାଜିକ ସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ପାଇଁ ‘ରାଜ୍ୟ ସେବା ସମ୍ମାନ’ରେ ସମ୍ମାନିତ କରାଯାଇଛି। ନିଖିଳ ଉତ୍କଳ ଚଷା ସମାଜ ପକ୍ଷରୁ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଶ୍ରୀ ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ନିଖିଳ ଉତ୍କଳ ଚଷା ସମାଜର ସଭାପତି ସୁରେନ୍ଦ୍ର ନାରାୟଣ ପ୍ରଧାନ, ପ୍ରବକ୍ତା ଜୟକୃଷ୍ଣ ପ୍ରଧାନ, ତାଳଚେର କେନ୍ଦ୍ରୀୟ ଚଷା ସମାଜର ସଭାପତି ମୁକୁନ୍ଦ ଚନ୍ଦ୍ର ସାହୁ ଓ ସମ୍ପାଦକ ରାମଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କର ନିଷ୍ଠାପର ସମାଜସେବା ଓ ଜନହିତକର କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ ଉପସ୍ଥିତ ଅତିଥିମାନେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିସହ ଶ୍ରୀ ସାହୁଙ୍କ ମାତା ମାଳତୀ ସାହୁଙ୍କୁ ମଧ୍ୟ ଦୁଇ ସଭାପତିଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ପ୍ରମୋଦ ଚନ୍ଦ୍ର ପ୍ରଧାନ, ବିପିନ ଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ପ୍ରଧାନ, ବିନୋଦ ପ୍ରଧାନ, ଅଧ୍ୟାପକ ଶଶାଙ୍କ ଶେଖର ସାହୁ, ଉପଦେଷ୍ଟା ଚିତ୍ତରଞ୍ଜନ ପ୍ରଧାନ, ଉପସଭାପତି ଚୈତନ୍ୟ ପ୍ରଧାନ, ଶ୍ରୀନିବାସ ଖୁଣ୍ଟିଆ, ଜସ୍ମିନ ପ୍ରଧାନଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ଚଷା ସମାଜର ବହୁ ପଦାଧିକାରୀ ଓ ସଦସ୍ୟ ଉପସ୍ଥିତ ଥିଲେ ।

Exit mobile version