Site icon Awaj Media

ସାଇକେଲ ଯାତ୍ରାରେ ତିନିବନ୍ଧୁ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସନାତନ ଧର୍ମରୁ ଦୁରେଇ ଯାଇ କଳୁଷିତ ବାତାବରଣକୁ ଶୀଘ୍ର ଗ୍ରହଣ କରୁଥିବା ଯୁବ ସମାଜକୁ ଆଧ୍ୟାତ୍ମିକ ଦିଗରେ ପ୍ରବେଶ କରାଇବା ଏବଂ ହିନ୍ଦୁ ସନାତନ ଧର୍ମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଜଟଣୀ ରାମଚନ୍ଦ୍ରପୁର, ରଥିପୁର ଗ୍ରାମରୁ ତିନିବନ୍ଧୁ ସମୀର ନାୟକ, ନିରଞ୍ଜନ ଜେନା, ଦୀପକ ମହାପାତ୍ର ତିନୋଟି ସାଇକେଲରେ ସାରା ଭାରତ ଭ୍ରମଣରେ ବାହାରିଛନ୍ତି | ଆଜି ସେମାନଙ୍କର ବାଙ୍କୀ କଟକ ମୁଖ୍ୟ ରାସ୍ତା ଦେଇ ଅତିକ୍ରମ କରିବା ସମୟରେ ଡମପଡା ବ୍ଳକର ଉଭୟ ତାଳବସ୍ତ ଏବଂ ଦୁଲଣାପୁର ଗ୍ରାମ ପଂଚାୟତ ବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା | ଛଅ ମାସ ଭିତରେ ସାରା ଦେଶରେ ଥିବା ଚାରୋଟି ଧାମ ଏବଂ 12 ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ ସହିତ ପଥପ୍ରାନ୍ତରେ ଯୁବ ଗୋଷ୍ଠୀଙ୍କ ସହିତ ଆଧ୍ୟାତ୍ମିକ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରଖିଛନ୍ତି |ପ୍ରତି ଗ୍ରାମର ଐତିହ୍ୟ ଏବଂ ପୌରାଣିକ ପୀଠ ମାନଙ୍କର ତଥ୍ୟକୁ ମଧ୍ୟ ନିଜ ସୋସିଆଲ ମିଡ଼ିଆରେ ଛାଡି ଲୋକାଭିମୁଖୀ କରିବାର ମଧ୍ୟ ଯୋଜନା ରଖିଛନ୍ତି |ଏପରି ବ୍ୟୟବହୁଳ ଓ କଷ୍ଟ ସାଧ୍ୟ ସାଇକେଲ ଯାତ୍ରା ଉପରେ ସମୀର ନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ ବହୁ ମାତ୍ରାରେ ଗାଡି ମଟର ଜାନବାହାନ ପାଇଁ ବଢିଛି | ମାଦକ ଦ୍ରବ୍ୟ ଯୁବ ସମାଜକୁ ପଥଭ୍ରଷ୍ଟ କରିଛି |ତେଣୁ ଏହି ଘଡ଼ିସନ୍ଧି ସମୟରେ ଆମ ମାନଙ୍କର ସାଇକେଲ ଭ୍ରମଣ ନିଶ୍ଚିନ୍ତ ସମାଜ ଉପରେ ପ୍ରଭାବ ପକେଇବ ବୋଲି ଆଶା | ଅନ୍ୟତମ ସାଇକେଲ ଯାତ୍ରୀ ନିରଞ୍ଜନ ଜେନା ଓ ଦୀପକ ମହାପାତ୍ର କୁହନ୍ତି ଯେ ଯିବା ରାସ୍ତାରେ ବହୁ ବାଧାବିଘ୍ନ ଆସିବ କିନ୍ତୁ ସବୁକିଛିକୁ ପ୍ରଭୁଙ୍କ ପାଖରେ ଛାଡିଦେଉଛୁ |ପ୍ରାରମ୍ଭିକ ଦୁଇଦିନର ଯାତ୍ରାରେ ଲୋକମାନଙ୍କର ଶ୍ରଦ୍ଧା, ଭଲ ପାଇବା ଏବଂ ଖାଦ୍ୟ ଖାଇବା ପାଇଁ ଆର୍ଥିକ ସହଯୋଗ ରହିଛି,ଆଗକୁ ମଧ୍ୟ ରହିବ ବୋଲି ବିଶ୍ୱାସ |ତାଳବସ୍ତ ଅଂଚଳର ପ୍ରକୃତି ବନ୍ଧୁ ବିଶ୍ୱ ରଞ୍ଜନ ସ୍ବାଇଁ ଏବଂ ଅରପୁର ଗ୍ରାମର ଅକ୍ଷୟ ନାୟକ ରଘୁନାଥ ମନ୍ଦିର ପରିସରରେ ତିନିବନ୍ଧୁଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିବା ସହିତ ଆଧ୍ୟାତ୍ମିକ ଯାତ୍ରା ସଫଳ ଓ ସୁରକ୍ଷିତ ହେବା ପାଇଁ ଜଗନ୍ନାଥଙ୍କ ପାର୍ଶ୍ୱ ପ୍ରାର୍ଥନା କରିଥିଲେ |

Exit mobile version