Site icon Awaj Media

ବୈଦେଶ୍ଵର ତ୍ରିକୂଟ ତୀର୍ଥ ମହୋତ୍ସବ ଦ୍ୱିତୀୟ ବାର୍ଷିକ ଉଦଘାଟିତ !!!

Spread the love

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବାଙ୍କୀ ନିର୍ବାଚନ ମଣ୍ଡଳୀ ବୈଦେଶ୍ଵର ଗ୍ରାମର ବୈଦ୍ୟନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ତ୍ରିକୂଟ ତୀର୍ଥ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଉଦଘାଟନ ସମାରୋହରେ ବାଙ୍କୀ ର ଯୁବ ବିଧାୟକ ଦେବିରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷା ପୁଷ୍ପଲତା ସାମନ୍ତ, କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ପବିତ୍ର କୁମାର ସୁବୁଦ୍ଧି, ବୈଦେଶ୍ଵର ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ସାହୁ, ସମିତି ସଭ୍ୟ ମହେଶ୍ୱର ମହାପାତ୍ର, ସରପଞ୍ଚ ସୁରଞ୍ଜନ ପଣ୍ଡା, କବି ରବିନାରାୟଣ ମଙ୍ଗରାଜ, ମହୋତ୍ସବ ର ସଭାପତି ବ୍ରଜବନ୍ଧୁ ପାତ୍ର ଏବଂ ସମ୍ପାଦକ ପ୍ରିୟରଞ୍ଜନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବୈଦେଶ୍ଵର ମାଟିର ଐତିହାସିକ ଗୁଣ ଗାରିମା କୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ । ମାଟିର ତ୍ରିକୂଟ ଧାମର ପରିକଳ୍ପନା ଉପରେ ବିଧାୟକ ଙ୍କ ଅଭିଭାଷଣ ବେଶ ଆକର୍ଷଣୀୟ ଥିଲା।

Exit mobile version