ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପରିବ୍ରାଜକାଚାର୍ଯ୍ୟ ଶ୍ରୀ ଶ୍ରୀ ୧୦୮ ଶ୍ରୀମତ୍ ସ୍ବାମୀ ନିଗମାନନ୍ଦ ସରସ୍ବତୀ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ସପ୍ତବିଧାନୋକ୍ତ ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ୨୭ତମ ସାରସ୍ବତ ଜିଲ୍ଲା ଭକ୍ତ ସମ୍ମିଳନୀ ଇଂରାଜୀ ତା. ୨୫, ୨୬ ଓ ୨୭ ନଭେମ୍ବର ୨୦୨୬ ରିଖ ତିନି ଦିନ ଧରି ରାୟଗଡ଼ାର ରାମକୃଷ୍ଣ ନଗର ସ୍ଥିତ ନିଗମାନନ୍ଦ ସାରସ୍ବତ ଆଶ୍ରମ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ।ଏହି ସମ୍ମିଳନୀରେ ଆସାମ-ବଙ୍ଗୀୟ ସାରସ୍ବତ ମଠ, କୋକିଳାମୁଖର ପୂଜ୍ୟପାଦ ମହନ୍ତ ଶ୍ରୀମତ୍ ସ୍ବାମୀ ଦିବ୍ୟାନନ୍ଦ ସରସ୍ବତୀ ମହାରାଜଙ୍କ ସମେତ ସାରସ୍ବତ ଜଗତର ଅନେକ ପ୍ରବୀଣ ସାଧୁସନ୍ଥ ଯୋଗଦାନ କରିବେ ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ଧର୍ମାନୁଷ୍ଠାନର ବାଗ୍ମୀ ସନ୍ୟାସୀବୃନ୍ଦ ୨୬ ତାରିଖରେ ହେବାକୁ ଥିବା ସାଧାରଣ ଧର୍ମସଭାରେ ଯୋଗଦାନ କରିବେ। ଏହି ସମ୍ମିଳନୀରେ ଯୋଗଦାନ କରି ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଜଗଦ୍ଧିତକର କାର୍ଯ୍ୟରେ ସହାୟତା ହେବା ସହ ଠାକୁର ଙ୍କର ଆଶିଷ ନେବେ !
ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲା ଭକ୍ତ ସମ୍ମିଳନୀ ପାଇଁ ପ୍ରସ୍ତୁତି !!!

