Site icon Awaj Media

ରଣପୁର ବ୍ଲକ ସଭାଗୃହଠାରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ସଭାଗୃହ ଠାରେ ଆଜି ଜିଲ୍ଲାପାଳ, ନୟାଗଡ଼ଙ୍କ ଅଧ୍ୟକ୍ଷତାରେ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ଏହି ଶିବିରରେ ମୋଟ ୧୧୬ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ଏଥିମଧ୍ୟରୁ ୯୮ଟି ବ୍ୟକ୍ତିଗତ ମାମଲା, ୧୦ଟି ଗ୍ରାମ ସମସ୍ୟା ଏବଂ ୮ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ସମ୍ପର୍କିତ ଅଭିଯୋଗ ରହିଥିଲା। ରେଡକ୍ରସ୍‌ ସମ୍ପର୍କିତ କୌଣସି ଅଭିଯୋଗ ଆସିନଥିଲା । ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ୩୬ଟି ଅଭିଯୋଗର ତତ୍କାଳ ସମାଧାନ/ଫଇସଲା କରାଯାଇଥିବାବେଳେ, ଅବଶିଷ୍ଟ ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଓ ଶୀଘ୍ର ନିଷ୍ପତ୍ତି ପାଇଁ ପଠାଯାଇଛି ।

Exit mobile version