Site icon Awaj Media

ରାୟଗଡା ସାରସ୍ୱତ ଆଶ୍ରମର 48 ତମ ପ୍ରତିଷ୍ଠା ଦିବସ ଓ ରାୟଗଡା ସାରସ୍ୱତ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପରିବ୍ରାଜକାଚାର୍ଯ୍ୟ ଶ୍ରୀ ଶ୍ରୀ ୧୦୮ ଶ୍ରୀମତ୍‌ ସ୍ବାମୀ ନିଗମାନନ୍ଦ ସରସ୍ବତୀ ପରମହଂସ ଦେବଙ୍କ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ରାୟଗଡା ସାରସ୍ୱତ ଆଶ୍ରମର 48 ତମ ପ୍ରତିଷ୍ଠା ଦିବସ ଓ ସଂଘର ବାର୍ଷିକ ଉତ୍ସବ ରାୟଗଡା ଜିଲ୍ଲା ରାମକୃଷ୍ଣ ନଗର ସ୍ଥିତ ନିଗମାନନ୍ଦ ସାରସ୍ୱତ ଆଶ୍ରମରେ ଅତି ସାଡମ୍ବରରେ ପାଳିତ ହୋଇଯାଇଛି। ପ୍ରାତଃ ଶୁଭ ଶଙ୍ଖ, ଜୟଗୁରୁ, ମହାନାମ,ଧ୍ୟାନ ଜପ ଗୈରିକ ପତାକା ସଂସ୍ଥାପନ ଠାକୁରଙ୍କ ପ୍ରଭାତୀ ପ୍ରତୀକ୍ଷା,ଆବାହନି ଶ୍ରୀ ଶ୍ରୀ ଠାକୁର ମହାରାଜାଙ୍କ ଶଡୋସ ଉପଚାର ମଙ୍ଗଳ ଆଳତୀ,ସ୍ତବ,ସ୍ତୋତ୍ର ବନ୍ଦନା, ଶ୍ରୀଗୁରୁପ୍ରଣାମ, ଶାନ୍ତିପାଠ, ଶ୍ରୀମଦ ଭଗବତ ଗୀତା, ଗୁରୁଗୀତା ସପ୍ତସତୀ ଚଣ୍ଡୀପାଠ ପରେ ଠାକୁରଙ୍କ ଶହେ ଆଠ ନାମ ସଂକୀର୍ତ୍ତନ କରି ପ୍ରଥମ ଅଧିବେଶନ ଶେଷ ହୋଇଥିଲା। ଉଦବୋଧନ ସଙ୍ଗୀତ ବିଜେ କର ଆଜି ଠାକୁର ଗାନ କରି ପରଦା ଉନ୍ମୋଚନ କରାଯାଏ ଦ୍ୱିତୀୟ ଅଧିବେଶନ ଆରମ୍ଭ ହୁଏ।ଠାକୁରଙ୍କ ସପ୍ତ ବିଧାନ, ନିୟମ ପଞ୍ଚକ ଉପରେ ବିସ୍ତୃତ ଆଲୋଚନା, ମାଆ ଭାଇ ମାନେ ଭାବ ବିନିମୟ କରିଥିଲେ।ଜୟଗୁରୁ ମହାନାମ ସଂକୀର୍ତ୍ତନ କରି ଅଧିବେଶନ ସାଙ୍ଗ ହୋଇ ଥିଲା।

Exit mobile version