Site icon Awaj Media

ସ୍ୱାମୀର ଛୁରୀମାଡ଼ରେ ନବବିବାହିତା ଗୁରୁତର !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଳାପଥର ନିକଟସ୍ଥ କଢ଼ାମଲ୍ଲ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା . ସ୍ୱାମୀର ଛୁରୀମାଡ଼ରେ ନବବିବାହିତା ଗୁରୁତର . ବାହାଘରକୁ ମାତ୍ର ଏକମାସ ହୋଇଥିବା ବେଳେ ସ୍ୱାମୀର ଏପରି ବର୍ବର କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି . ସୂଚନାରୁ ଜଣାଯାଇଛି ଯେ , କଢ଼ାମଲ୍ଲ ଗ୍ରାମର ତାରେଶ୍ୱର ବେହେରାଙ୍କ ତାଙ୍କ ଝିଅକୁ ବାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ଗ୍ରାମର ଲୋଚନା ବେହେରାଙ୍କ ସହ ବିବାହ କରାଇଥିଲେ . ଗତ ଦଶଦିନ ତଳେ ଝିଅ ନିଜ ବାପଘରକୁ ଆସିଥିବା ସମୟରେ ଆଜି ହଠାତ ତାର ସ୍ୱାମୀ ତାକୁ ଫୋନ କରି ଗେଡିଆପାଲ୍ଲୀ ଗ୍ରାମ ପାଖକୁ ଡାକିଥିଲା . ତେବେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୁଅନ୍ତେ ଅତର୍କିତ ଭାବରେ ଲୋଚନ ବେହେରା ତା ସ୍ତ୍ରୀକୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା .ଛୁରୀ ମାଡ଼ରେ ବେକ ପାଖରେ ଗଭୀର କ୍ଷତ ହୋଇଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ କଳାପଥର ଡାକ୍ତରଖାନାରେ ଭର୍ତି କରାଯାଇଛି . ବୈଦେଶ୍ଵର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି .

Exit mobile version