କଟକ ବ୍ୟୁରୋ( ଆୱାଜ ମିଡ଼ିଆ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,ଉତ୍ତର ପ୍ରଦେଶର ଜଣେ ବିଶ୍ବ ହିନ୍ଦୁ ପରିଷଦ ନେତାଙ୍କ ନାଁ ରେ ସୋସିଆଲ ମିଡିଆ ରେ ଆପତ୍ତି ଜନକ ମନ୍ତବ୍ୟ ଦେବା ଘଟଣା କଟକ ସାଲେପୁରର ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଆପତ୍ତିଜନକ ମନ୍ତବ୍ୟ ଦେବା ଏବଂ ଭିଏଚପି ନେତାଙ୍କୁ ଫୋନ ଯୋଗେ ଧମକ ଚମକ ଦେବା ଘଟଣାରେ ସମ୍ପୃକ୍ତ ଯୁବକ ସୟଦ ହସନ ଅହମ୍ମଦକୁ ଗତକାଲି ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଥିବା ବେଳେ ଆଜି ତାକୁ ୪ ଦିନିଆ ଟ୍ରାନଜିଟ ରିମାଣ୍ଡରେ ନେଇଛି। ଫେସବୁକରୁ ନମ୍ବର ସଂଗ୍ରହ କରି ଉତ୍ତର ପ୍ରଦେଶର ଜଣେ ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ଅଧକ୍ଷ କୂଳଦୀପ ପାଞ୍ଚାଲ ଙ୍କୁ ଫୋନ ଯୋଗେ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଭାରତ ମାତା ପ୍ରତି ଆପତ୍ତି ଜନକ ଶବ୍ଦ ପୋଷ୍ଟ କରିବା ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ସୋସିଆର ମିଡିଆରେ ବାରମ୍ବାର ପୋଷ୍ଟ କରି ଅଡୁଆରେ କଟକ ସାଲେପୁରର ଯୁବକ ସୟଦ ହସନ ଅହମ୍ମଦ। ଏ ନେଇ ଭିଏଚପିର ନେତା କୂଲଦୀପ ପାଞ୍ଚାଲ ଉତ୍ତର ପ୍ରଦେଶ ପୋଲିସ ନିକଟରେ ଲିଖିତ ଅଭିଯୋଗ ଆଣିବା ପରେ ଉତ୍ତର ପ୍ରଦେଶ ପୋଲିସ ସୟଦ ର ଫୋନ ଟ୍ରେସିଂ କରିଥିଲା ଏବଂ ଯୁବକ ଜଣକ କଟକ ଜିଲ୍ଲା ସାଲେପୁର ଥାନା କୁସମ୍ଭି ଗାଁର ବୋଲି ଜଣାପଡିଥିଲା। ଆଉ ସାଲେପୁର ପୋଲିସ ସହାୟତା ରେ ଗତକାଲି ରାତିରେ ତାକୁ ଉତ୍ତର ପ୍ରଦେଶ ପୋଲିସ କାବୁ କରିବା ପରେ ଆଜି ତାକୁ ଆଜି କଟକର ସିଜେଏମ କୋର୍ଟରେ ଉପସ୍ଥାପନ କରିଥିଲା । ଉତ୍ତର ପ୍ରଦେଶ ସିଙ୍ଗାବାଲି ପୋଲିସ ପାଖରେ ୱାରେଣ୍ଟ ନ ଥିବାରୁ ତାଙ୍କୁ ସାଲେପୁର ଜେଏମଏଫସି କୋର୍ଟ ରେ ଉପସ୍ଥାପନ କରିବା ପାଇଁ କହିଥିଲେ ସିଜେଏମ । ଆଉ ପରେ ପରେ ତାକୁ ଟ୍ରିନଜିଟ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ଉତ୍ତର ପ୍ରଦେଶ ପୋଲିସ। ଯାହାକୁ ଉପରେ ବିଚାର କରି ସାଲେପୁର ଜେଏମଏଫସି ଅଦାଲତ ତାକୁ ୪ ଦିନିଆ ଟ୍ରିନଜିଟ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛି।
ମହଙ୍ଗା ପଡିଲା ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ !!!

