Site icon Awaj Media

ସନ୍ଦେହ ଘେରରେ ମା ଓ ପୁଅ ର ମୃତଦେହ ଉଦ୍ଧାର ମାମଲା ।

Spread the love

ନବରଙ୍ଗପୁର (ଆୱାଜ ମିଡ଼ିଆ) – ସୁଶାନ୍ତ କୁମାର ଗୌଡ଼ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ମୂର୍ତୁମା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଗୋଟିଏ ପରିବାର ମା ଓ ପୁଅ ର ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଉମରକୋଟ ଥାନା ରେ ଅଭିଯୋଗ ହୋଇଛି . ମୂର୍ତ୍ତୁମା ଗ୍ରାମର ଗୋଟିଏ ପରିବାର ର ମା ଓ ପୁଅ ର ମୃତଦେହ ଗୋଟିଏ ଘରରୁ ମିଳିଛି । ସୂଚନା ଅନୁଯାୟୀ ରାତିରେ ପରିବାରର ସମସ୍ତେ ଖାଇସାରି ଶୋଇଥିଲେ । ମଧ୍ୟ ରାତିରେ ଉଭୟ ମା ଓ ପୁଅ ରୂପାନି ଭତରା ଓ ପୁଅ ଫୁଲସିଂଙ୍କ ପେଟ ବ୍ୟଥା ହୋଇଥିଲା ବୋଲି ସୂଚନା ମିଳିଛି । ପ୍ରଥମେ ପୁଅର ମୃତ୍ୟୁ ହୋଇଥିଲା ଓ ପରେ ମା ର ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ଗ୍ରାମବାସୀ ଖବର ପାଇ ମୃତକଙ୍କ ଘର ପାଖରେ ପହଞ୍ଚିଥିଲେ । ମୃତ ମହିଳାଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟା ବୋଲି ଅଭିଯୋଗ ଆଣି ଉମରକୋଟ ଥାନାରେ ଏକ ଏତଲା ଦିଆଯାଇଛି । ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ କଣ ହୋଇଥାଇପାରେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି . ମାଜିଷ୍ଟ୍ରେଟ ଦାୟିତ୍ଵ ରେ ଥିବା ଉମରକୋଟ ତହସିଲଦାର ହିମଞ୍ଚଳ ମାଝିଙ୍କ ଉପସ୍ଥିତିରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଉମରକୋଟ ମେଡିକାଲକୁ ପଠାଯାଇଛି .ଘରର ପରିପାର୍ଶ୍ଵିକ ଅବସ୍ଥା ଏବଂ ପରିବାରର ଅନ୍ୟ ମାନଙ୍କର ବୟାନକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି .

Exit mobile version