Site icon Awaj Media

ବାପାକୁ କଟୁରୀରେ ହାଣିଲା ପୁଅ!!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଯାଜପୁର ବିଂଝାରପୁର ଥାନା ବାଛୋଳ ପଂଚାୟତର ବେହେରା ସାହିରେ ଅଭାବନୀୟ କାଣ୍ଡ । ପୁଅର କଟୁରି ଚୋଟରେ ବୃଦ୍ଧ ବାପାର ମୃତ୍ୟୁ ଅଭିଯୋଗ । ମୃତକ ବାଇଧର ବେହେରା (୭୨) ବୋଲି ସୂଚନା ମିଳିଥିବା ବେଳେ ଘରୋଇ କଳିରୁ ଏପରି କାଣ୍ଡ ଘଟିଅଛି .ଖବର ଅନୁଯାୟୀ ଘରୋଇ କଳହକୁ ଆଧାର କରି ପାଟିତୁଣ୍ଡ ବଢିବା ପରେ ବାଇଧର ବେହେରାଙ୍କ ସାନ ପୁଅ ଗୁରୁଚରଣ ବେହେରା ନିଜ ବାପାକୁ କଟୁରିରେ ଆକ୍ରମଣ କରିଥିଲା । ପୁଅର କତୁରୀ ଚୋଟରେ ବୃଦ୍ଧ ବାଇଧରଙ୍କର ମୃତ୍ୟୁ ଘଟିଥିବା ସମୟରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଧାର କରି ବ୍ୟବଛେଦ ପାଇଁ ପଠାଇଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Exit mobile version