Site icon Awaj Media

ନୟାଗଡ ପୁଲିସ କବଜାରେ ବାଇକ ଲୁଟେରା ଗ୍ୟାଙ୍ଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଟାଉନ ଥାନା ପୋଲିସ ଏକ ବଡ ବାଇକ୍ ଲୁଟେରା ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି । ସହରର ବିଭିନ୍ନ ସ୍ଥାନରୁ ଲଗାତାର ଭାବରେ ଦୁଇ ଚକିଆ ଯାନ ଚୋରୀ ହେବାପରେ ବାଇକ୍ ଚୋରି ଗୃପ ଉପରେ ବହୁଦିନ ହେବ ଏସ୍ଆଇ ସ୍ମୃତି ରଞ୍ଜନ ମହାନ୍ତି ଙ୍କ ନଜର ରହିଥିଲା । ମିଳିଥିବା ସୂଚନା ମୁତାବକ ଫତେଗଡ ଥାନା ପିଠାଖାଇ ଗ୍ରାମର ବସନ୍ତ ନାୟକଙ୍କ ପୁଅ ଅଶୋକ ନାୟକ, ବିଜିପୁର ଗ୍ରାମର ବୁଲା ଜେନାଙ୍କ ପୁଅ ସନ୍ତୋଷ ଜେନା, ଫତେଗଡ ଥାନା ବନମାଳୀପୁର ନିଳକଣ୍ଠ ସାହୁଙ୍କ ପୁଅ ଭଗବାନ ସାହୁ ଏହି ତିନି ଜଣିଆ ଗୃପକୁ ଟାଉନଥାନା ପୋଲିସ ଗିରଫ କରିଛି । ଅଶୋକ ଏବଂ ସନ୍ତୋଷ ବିଭିନ୍ନ ସ୍ଥାନରୁ ଗାଡି ଚୋରି କରି ଆଣି ଭଗବାନ ଗ୍ୟାରେଜରେ ଖୋଲି ବିକ୍ରି କରନ୍ତି । ଚୋରିଗାଡି ବିକ୍ରି ହେବାପାଇଁ ଖୋଲାଯାଉଥିବା ଖବର ପାଇ ଏସ୍ଆଇ ସ୍ମୃତି ରଞ୍ଜନ ମହାନ୍ତି ହଠାତ୍ ଚଢ଼ାଉ କରି ଏହି ଗୃପ ସହ ଛଅଟି ବାଇକ୍ ଓ ଦୁଇଟି ଇଞ୍ଜିନ ଜବତ କରିବାରେ ସଫଳ ହୋଇଥିଲେ। ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ୧୫୭/୨୦୨୦ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜୟଦୀପ୍ ମହାନ୍ତି ସୂଚନା ଦେଇଛନ୍ତି।

Exit mobile version