Site icon Awaj Media

ମାତାଲ ହୋଇ ନିଜ ସ୍ତ୍ରୀ ‘ର ବସ୍ତ୍ରହରଣ କଲା ମଦ୍ୟପ !!

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଯୁଗରେ ଦୁଃଶାସନ ପାଲଟିଲା ମଦ୍ୟପ ସ୍ୱାମୀ . ମଦ ପିଇ ମାତାଲ ହୋଇ ବିଚ ରାସ୍ତାରେ କଲା ନିଜ ସ୍ତ୍ରୀ’ର ବସ୍ତ୍ର ହରଣ l ସେପଟେ ଗତ ଦୁଇ ଦିନ ତଳେ ଦାନଗଦି ବ୍ଲକ ଯଖପୁରା ଗ୍ରାମରେ ରାସ୍ତାରେ ଯୁବତୀକୁ ଉଲଗ୍ନ କରି ମାଡ ମାରିବା ଭଳି ନିନ୍ଦନୀୟ ଘଟଣା ଘଟିଯାଇଥିବା ବେଳେ ଆଜି ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ କାଚରାସାହି ଗ୍ରାମରେ ଦେଖିବାକୁ ମିଳିଛି ଏପରି ଏକ ଲଜ୍ୟା ଜନକ ଘଟଣା। ସୂଚନା ମୁତାବକ ନଟ ବାରିକ ପୁଅ ସୁଶାନ୍ତ ବାରିକ ପ୍ରତିଦିନ ମଦ୍ୟ ପାନ କରି ଘରକୁ ଆସୁଥିଲେ ।ଏହାକୁ ତାଙ୍କ ପତ୍ନୀ ରିତୁ ବାରିକ ବିରୋଧ କରିବାରୁ ତାଙ୍କୁ ବିନା କାରଣରେ ରାସ୍ତା ଉପରେ ଘୋଷାଡି ଵିଵସ୍ତ୍ର କରିବା ସହ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ । ତାଙ୍କ ପତ୍ନୀ ଯେତେ କାକୁତି ମିନତି ହୋଇ ଥିଲେ ମଧ୍ୟ ମଦ୍ୟପ ସ୍ଵାମୀ ସୁଶାନ୍ତ ଦୁଃଶାସନ ଭୂମିକାରୁ ବାଦ ଯାଇନଥିଲେ l ଏବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ଼ ଭାଇରାଲ ହେବାରେ ଲାଗିଛି l ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ମାନେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଏଭଳି କାଣ୍ଡ କରିଥିବା ଯୁବକକୁ ପୋଲିସ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି l କଳିଙ୍ଗ ନଗର ଶିଳ୍ପାଞ୍ଚଳ ଭଳି ଅଞ୍ଚଳରେ ଆଇନ ପରିସ୍ଥିତି ଯଦି ଏପରି ହୁଏ ତେବେ ସାଧାରଣ ଯୁବତୀ ଓ ମହିଳା ନିଜକୁ କେତେଦୂର ସୁରକ୍ଷିତ ବୋଲି ଭାବିବେ l ତେବେ ଦେଖିବାକୁ ବାକିରହିଲା କେବେ ଦୋଷୀକୁ ଉଚିତ ଦଣ୍ଡ ମିଳିବ ଓ କଳିଙ୍ଗ ନଗର ଅଂଚଳ ରେ କେବେ ବନ୍ଦ ହେବ ନାବାଳିକା ଓ ନାରୀ ନିର୍ଯାତନା ତାହା ଦେଖିବାକୁ ବାକି ରହିଲା l

Exit mobile version