Site icon Awaj Media

ଅବକାରୀ ଓ ପୋଲିସ ର ମିଳିତ ଚଢ଼ାଉ : ତିନି ଗିରଫ

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରିଆ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରୁ ବିପୁଳ ପରିମାଣରେ ହାତରନ୍ଧା ଦେଶି ମଦ, ମହୁଲ ପୋଚ ଜବତ ସହ ଦେଶୀ ମଦ ପ୍ରସ୍ତୁତି ଅଭିଯୋଗରେ ବାପ ପୁଅ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ .ଦେଶୀ ଚୋରା ମଦ ପ୍ରସ୍ତୁତି ଓ ବିକ୍ରୀ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଭବାନୀପାଟଣା ଅବକାରୀ ବିଭାଗ ଓ ଜୟପାଟଣା ଥାନା କର୍ମଚାରୀ ମିଳିତ ଭାବରେ ଜୟପାଟଣା ଥାନା ଅନ୍ତର୍ଗତ ପିପଳଗୁଡା ଗ୍ରାମରେ ଚଢ଼ାଉ କରି ଅବାଧ ଦେଶି ମଦ ସହ ମହୁଲ ପୋଚ ଜବତ କରିଛନ୍ତି . ଗିରଫ ବ୍ୟକ୍ତିମାନେ ଲକ ଡାଉନ ସମୟରୁ ଅବାଧ ଚୋରା ମଦ କାରବାର କରି ଆସୁଥିଲେ, ନିଜେ ମଦ ତିଆରି କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିଲେ . ଅବିକଳ ସରକାରୀ ଲୋଗୋ ଥିବା ମାଛ ଛାପ ଜରି ପାଉଚ ସହ ମଦ ପ୍ରସ୍ତୁତ କରିବା ରେ ବ୍ୟବହାର ହେଉଥିବା ମେସିନ ମଧ୍ୟ ଜବତ କରିଛି ଅବକାରୀ ବିଭାଗ ତେବେ ଏହି କାରବାର ରେ ଆଉ କିଛି ମାଫିଆ ସମ୍ପୃକ୍ତ ଥିବା ଜଣାପଡିଛି . ପୋଲିସ ଓ ଅବକାରୀ ବିଭାଗର ଅତର୍କିତ ଚଢ଼ାଉରେ ୨୨୦ ଲିଟର ଦେଶି ମଦ ସହ 800 ଲିଟର ମହୁଲ ପୋଚ ଜବତ ହୋଇଥିବା ଜଣାପଡିଛି . ଏହି ଚଢ଼ାଉ ରେ ଜୟପାଟଣା ଥାନା ଅଧିକାରିଣୀ ରଶ୍ମିତା ପ୍ରଧାନଙ୍କ ସମେତ ଭବାନୀପାଟଣା ଜୟପାଟଣା ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ . ସୂଚନା ଅନୁଯାୟୀ ପିପଳଗୁଡା ଗାଁ ର ତ୍ରିନାଥ ବେଶ୍ରା, ସୁରେଶ ବେଶ୍ରା ଓ ସବିଗୁଡା ଗାଁ ର ଗଣପତି ଦିଶାରୀ ତିନି ମଦ ମାଫିଆ ଙ୍କୁ ଗିରଫ କରି ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି .

Exit mobile version