Site icon Awaj Media

ଜୋର ଧରୁଛି ପରୀ ପାଇଁ ନ୍ୟାୟ ଦାବୀ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ପାଞ୍ଚ ବର୍ଷ ଝିଅ ପରୀ ଅପହରଣ ଓ ହତ୍ୟା ଘଟଣା । ଘଟଣାକୁ ପାଞ୍ଚ ମାସ ବିତିବାକୁ ଯାଇଥିବା ବେଳେ ନୟାଗଡ଼ ସଦର ଥାନା ହାତ ଖାଲି । ରାଜ୍ୟ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ବିଜେପି ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଟଳ । ବିଜେପି ନେତ୍ରୀ ଇରାନୀ ରାୟ ଙ୍କ ନେତୃତ୍ବରେ ବିଜେପି ଦଳର ବିଧାୟକ ମାନେ ପରୀର ପରିବାରବର୍ଗଙ୍କୁ ସମବେଦନା ଜଣାଇବା ଲାଗି ଯଦୁପୁର ଗ୍ରାମରେ ପହଞ୍ଚି ଥିଲେ। ବିଧାୟକ ମାନେ ପରୀ ପରିବାର ସହ ଆଲୋଚନା କରିବା ସହ ଲକ୍ଷ୍ମୀ ପ୍ରସାଦ ସରପଞ୍ଚ ସୋମ୍ୟରଞ୍ଜନଙ୍କୁ ଦେଖା କରି ତାଙ୍କର ନିର୍ଭିକ ପଣିଆ ଓ ସାହସିକତା ପାଇଁ ଧନ୍ୟବାଦ ଦେଇଥିଲେ । ଖବର ସଂଗ୍ରହ ସମୟରେ ବାବୁଲି ନାୟକଙ୍କ ପରିବାର ପକ୍ଷରୁ ସାମ୍ବାଦିକ ମାନଙ୍କୁ ମଧ୍ୟ ବିରୋଧର ସମ୍ମୁଖ ହେବାକୁ ପଡ଼ିଥିଲା । ସୂଚନାଯୋଗ୍ୟ ହତ୍ୟାକାଣ୍ଡ ଘଟଣାରେ ବାବୁଲି ନାୟକ ନାମକ ବ୍ୟକ୍ତିର ସମ୍ପୃକ୍ତି ଥିବାର ପରୀ ପରିବାର ପକ୍ଷରୁ ଅଭିଯୋଗ ହୋଇ ଆସୁଥିଲେବି ରାଜନୈତିକ ଛାତ୍ରଛାୟା ତଳେ ରହିଛି ବାବୁଲି ନାୟକ . ଏପରିକି ହିଁକି ଖବର ପ୍ରକାଶ କରୁଛ କହି ବିରୋଧ ମଧ୍ୟ କରିଥିଲେ ବାବୁଲିର ପରିବାର ଲୋକେ । ପରୀ ହତ୍ୟାକାରୀ କୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ଏ ସଙ୍ଘର୍ଷ ଜାରି ରହିବ ବୋଲି ବିଜେପି ନେତ୍ରୀ ଇରାନୀ ରାୟ ପ୍ରକାଶ କରିଛନ୍ତି ।

Exit mobile version