Site icon Awaj Media

ମାତିଲେ ଲୁଟିଆ : ସ୍କୁଟି ଅଟକାଇ ଝାମ୍ପିନେଲେ ସୁନାଚେନ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ମାତିଲେ ଲୁଟେରା । ସ୍କୁଟି ଅଟକାଇ ମହିଳାଙ୍କ ଠାରୁ ସୁନା ଚେନ ସହ ଛଅ ହଜାର ଟଙ୍କା ଲୁଟି ନେଇଛନ୍ତି । ଏସମ୍ପର୍କରେ ଚାନ୍ଦପୁର ଥାନା ରେ ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ , ଡଙ୍ଗରପଡାର ପ୍ରୀତି ପ୍ରତିକ୍ଷା ପାହାଡ ସିଂ ଓ ତାଙ୍କ ସ୍ଵାମୀ ଓମ ପ୍ରକାଶ ପାହାଡ ସିଂ ସ୍କୁଟି ରେ କୈାଣସି କାର୍ଯ୍ୟ ରେ ଟାଙ୍ଗୀ ତହସିଲ କୁ ଆସୁଥିବା ବେଳେ ରୟାଲ ଢାବା ନିକଟରେ ଦୁଇ ଜଣ ମୁଖା ପିନ୍ଧା ଲୁଟେରା ପଲସର ବାଇକ୍ ରେ ଆସି ମହିଳାଙ୍କ ଠାରୁ ଭ୍ୟାନିଟ ବ୍ୟାଗ ସହ ସୁନା ଚେନ ଲୁଟି ନେଇଥିଲେ । ଦୁର୍ବୁତ୍ତଙ୍କ ଟଣା ଓଟରାରେ ସ୍କୁଟି ରୁ ପଡି ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଚିକିତ୍ସା ପାଇଁ ଚାନ୍ଦପୁର ମେଡିକାଲ କୁ ନେଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଜାତୀୟ ରାଜପଥରେ ବାରମ୍ବାର ଏହିପରି ଡକାୟତି ହେଉଥିବା ବେଳେ ପୋଲିସ ପକ୍ଷରୁ କଡା ପେଟ୍ରୋଲିଙ୍ଗ ଆବଶ୍ୟକ ଥିବା ସାଧାରଣ ରେ ଦାବି ହେଉଛି ।

Exit mobile version