ପରଜଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପରଜଙ୍ଗ ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ . ଆମ୍ବପଲସ ଗ୍ରାମ ନିକଟରୁ ଏକ ଦେଶୀ ରନ୍ଧା ମଦ ବୋଝେଇ ବୋଲେରୋ ଗାଡି କୁ ପରଜଙ୍ଗ ଥାନ। ପୋଲିସ ଜବତ କରିଛି । ଗାଡି ରେ 12 ଟି ବଡ ରବର ବ୍ଲାଡର ରେ ଚୋରା ମଦ ୭ଟି ଜରି ବସ୍ତା ରେ ବୋଝେଇ ହୋଇ ବହାରକୁ ଚୋରା ଚାଲାଣ ହେଉଥିଲା । ତେବେ ଚଢ଼ାଉ ସମୟରେ ଗାଡି ଭିତରୁ ଏକ ଖଣ୍ଡା ଓ ଏକ ଭୁଜାଲି ମଧ୍ୟ ଜବତ କର।ଯାଇଛି । ମଦ ଚୋରା ଚାଲାଣ ସମ୍ପର୍କରେ ଖବର ପାଇଁ ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିଥିଲେ . ଚୋରା ମଦ , ଗାଡି ଜବତ ହୋଇଥିଲେ ବି ଗାଡିର ଡ୍ରାଇଭର ଏବଂ ଜଣେ ନିଶା ମାଫିଆ ଖସି ପଳାଇଛନ୍ତି . ଘଟଣା ସମ୍ପର୍କରେ ପରଜଙ୍ଗ ଥାନାରେ କେଶ ରୁଜୁ କରାଯାଇ ତଦନ୍ତ କରାଯାଉଛି ।
ବିପୁଳ ପରିମାଣର ଚୋରା ଦେଶୀ ମଦ ଓ ମାରଣାସ୍ତ୍ର ସହ ବୋଲେରୋ ଗାଡି ଜବତ ।

