Site icon Awaj Media

ସିରିଜ ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ଜିଲ୍ଲା ଓଡଗାଁ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବାଉଁଶିଆପଡାର ଅନ୍ତର୍ଯ୍ୟାମୀ ସାହୁ (୪୨) ନିଜ ହିରୋହୋଣ୍ଡା ପାସିଅନ ପ୍ରୋ ନଂ OR25-8743 ରେ ନୟାଗଡରୁ ଓଡଗାଁ ଆସୁଥିବା ବେଳେ ଓଡଗାଁ ସନ୍ତୋଷୀ ମନ୍ଦିର ପାଖରେ ଏକ ଧାନ ବୋଝେଇ ଟ୍ରକ ପଛପଟୁ ଦ୍ରୁତଗତିରେ ଆସି ବାଇକ୍ କୁ ଓଭରଟେକ କରୁଥିବା ବେଳେ ବାଇକ୍ ହାଣ୍ଡେଲ ଟ୍ରକରେ ଲାଗି କିଛିବାଟ ଘୋଷାଡି ନେଇଥିଲା, ଫଳରେ ବାଇକ୍ ଆରୋହୀଙ୍କ ଗୋଟେ ଗୋଡ ଛାଡିଯିବା ସହିତ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ . ପ୍ରଥମ ଦୁର୍ଘଟଣା ଘଟାଇବା ପରେ ବୃଦ୍ଧଙ୍କୁ ଧକ୍କା ଦେଇଥିଲା ଟ୍ରକ . ବସରୁ ଓହ୍ଲାଇ ଜଣେ ବୃଦ୍ଧ ଜଣକ ରାସ୍ତା ପାର ହେବା ସମୟରେ ଉକ୍ତ ଟ୍ରକଟି ଧକ୍କା ଦେବା ଫଳରେ ବୃଦ୍ଧ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଓଡଗାଁ ପୋଲିସ୍ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ମୃତ ଓ ଆହତଙ୍କୁ ଓଡଗାଁ ଡାକ୍ତରଖାନାକୁ ପଠାଇଥିଲେ । ତେବେ ଏ ସିରିଜ୍ ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଜଣଙ୍କ ଟ୍ରକ ଛାଡି ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।

Exit mobile version