Site icon Awaj Media

ସ୍କୁଲ କର୍ମଚାରୀଙ୍କୁ ପିଲାଚୋର ସନ୍ଦେହରେ ମାଡ ଘଟଣା : କଳାପଥର ରେ ଘଟଣାକୁ ପ୍ରତିବାଦ ଓ ନିନ୍ଦା !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ହଜିଗଲା ମାନବିକତା ! ନାମ, ପରିଚୟ ନ ପଚାରି ପିଲାଚୋର ସନ୍ଦେହରେ ସ୍କୁଲ କର୍ମଚାରୀଙ୍କୁ ଅମାନୁଷିକ ମାଡ . ଦଶମ ଶ୍ରେଣୀ ପିଲାଙ୍କ ପାଇଁ “ପରୀକ୍ଷା ଦର୍ପଣ” ପୁସ୍ତକ ଆଣିବାକୁ କଳାପଥରରୁ ବାଙ୍କୀ ଯାଇ ଲୋକଙ୍କ ସନ୍ଦେହ ଘେରକୁ ଆସି କଳାପଥର ଉଚ୍ଚ ବିଦ୍ୟାଳୟର ଦୁଇ ଜଣ କର୍ମଚାରୀ ଏବଂ ଅଟୋ ଚାଳକ ମାଡ ଖାଇବା ଘଟଣାକୁ କଳାପଥରରେ ଦୃଢ ପ୍ରତିବାଦ କରାଯିବା ସହ ଏପରି ଅମାନବୀୟ କାର୍ଯ୍ୟର ନିନ୍ଦା କରାଯାଇଛି .

କଳାପଥର ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଲୋକଙ୍କର ବୈଠକ

କଳାପଥର ଉଚ୍ଚ ବିଦ୍ୟାଳୟର କିରାଣୀ ପ୍ରଦୀପ ହିଆଲ ଏବଂ ପିଅନ ପ୍ରଦୀପ ଚମ୍ପତ୍ତିରାୟ ଏକ ଅଟୋ ଭଡା କରି ବିଦ୍ୟାଳୟ ପାଇଁ ପରୀକ୍ଷା ଦର୍ପଣ ପୁସ୍ତକ ଆଣିବାକୁ ବାଙ୍କୀ ଯାଇଥିଲେ . ରାସ୍ତାରେ ଭେଡା ରାମଚନ୍ଦ୍ରପୁର ଛକରେ ନିଜର ଦୁଇ ନାବାଳିକା ଝିଅ ଙ୍କୁ ଧରି ବାଙ୍କୀ ଯିବାପାଇଁ ଅପେକ୍ଷା କରିଥିବା ସତ୍ୟଭାମା ବାରିକ ନାମରେ ଜଣେ ମହିଳା ସେହି ଅଟୋରେ ବାଙ୍କୀ ପର୍ଯ୍ୟନ୍ତ ଗଲେ . ତେବେ ବାଙ୍କୀ ବଜାରରେ ଥିବା କଚେରୀ ଛକ ରାମବଳରାମ ସେଲୁନ ପାଖରେ ଅଟକିବା ପରେ ସତ୍ୟଭାମା କିଛି ସାମଗ୍ରୀ ଆଣିବାକୁ ଯାଇ ଫେରିବାରେ ବିଳମ୍ବ କରିଥିଲେ . ଇମଧ୍ୟରେ ଅଟୋ ଚାଳକ ଗାଡିଟି ଆଗକୁ ଗଡୁଥିବା ସମୟରେ ମହିଳା ଜଣକ ପିଲାଚୋର ପିଲାଚୋର କହି ପାଟି କରିଥିଲେ . ବାସ , ଏତିକିରେ ଆରମ୍ଭ ହୋଇଗଲା ଅଟୋ ଡ୍ରାଇଭର ଏବଂ ଦୁଇ କର୍ମଚାରୀଙ୍କ ଉପରେ ନିସ୍ତୁକ ମାଡ . ଶହ ଶହ ଲୋକ ଏମାନଙ୍କୁ ଘେରିଯାଇ ବିଧା ଗୋଇଠା ଚାପୁଡ଼ା ମାରି ରକ୍ତାକ୍ତ କରିଦେଲେ . ଖବର ପାଇ ବାଙ୍କୀ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା .

ଆହତ କର୍ମଚାରୀ ଏବଂ ଅଟୋ ଚାଳକ ଙ୍କୁ ଉଦ୍ଧାର କରି ନେଉଛି ବାଙ୍କୀ ପୁଲିସ

ଥାନାରେ ଘଟଣା ସମ୍ପର୍କରେ ଆଲୋଚନା ହେବା ପରେ ଆହତ ମାନଙ୍କର ପ୍ରକୃତ ପରିଚୟ ଜାଣିବାକୁ ପାଇଥିଲା ବାଙ୍କୀ ପୁଲିସ . ସେମାନଙ୍କୁ ଚିକିତ୍ସା କରିବା ସହିତ ଭୁଲ ବୁଝାମଣା କାରଣରୁ ଏପରି ହୋଇଥିବାର ଦର୍ଶାଇ ଛାଡି ଦେଇଥିଲା ପୁଲିସ . ହେଲେ ଘଟଣାକୁ ନେଇ କଳାପଥର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି . ବାଙ୍କୀ ଯିବା ପାଇଁ ସାହାଯ୍ୟ ମାଗି ଅଟୋରେ ଯାଇଥିବା ମହିଳା , ସ୍କୁଲ କର୍ମଚାରୀ ଏବଂ ଅଟୋ ଚାଳକଙ୍କୁ ପିଲାଚୋରା କହିବା ଘଟଣା ନେଇ ଆଲୋଡନ ସୃଷ୍ଟି ହୋଇଛି . କଳାପଥର ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଅଞ୍ଚଳର ବହୁ ସାମାଜିକ କର୍ମୀ , ରାଜନୈତିକ ବ୍ୟକ୍ତିତ୍ୱ , ଅବସର ପ୍ରାପ୍ତ କର୍ମଚାରୀ , ଗଣମାଧ୍ୟମ ପ୍ରତିନିଧି ଏକାଠି ହୋଇ ଘଟଣାର ନିନ୍ଦା କରିଛନ୍ତି . ଏପରିକି ବାଙ୍କୀ ପୁଲିସ ର ଉପସ୍ଥିତିରେ ମଧ୍ୟ କିଛି ଲୋକ ସେମାନଙ୍କୁ ମାଡ ମାରିଥିବା କଥା ଜଣାପଡିଛି . ଘଟଣାର ସତ୍ୟାସତ୍ୟ ନବୁଝି , ହଠାତ ଉତକ୍ଷିପ୍ତ ହୋଇ ଏପରି ରକ୍ତାକ୍ତ ଆକ୍ରମଣ ସମୀଚିନ ନୁହେଁ ବୋଲି ମତ ପ୍ରକାଶ ପାଇଛି !!!

Exit mobile version