Site icon Awaj Media

ଜାତୀୟ ରାଜପଥରୁ ଧଳା ଜହର ଜବତ : ତିନି ଅଭିଯୁକ୍ତ ଗିରଫ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଭୁବନେଶ୍ୱର- ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧାର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରୁ ୬୫୪ ଗ୍ରାମ ଧଳା ଜହର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୬୫ ଲକ୍ଷ ବୋଲି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକାରୀ ରାଜକିଶୋର ଦୋରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ବ୍ରାଉନ ସୁଗାର ଚାଲାଣ ଅଭିଯୋଗରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୬ ଗୋଟି ମୋବାଇଲ ଫୋନ, ନଗଦ ୯୫ ହଜାର ଟଙ୍କା ଓ ଗୋଟିଏ ବ୍ୟବହୃତ ହୋଇଥିବା ଇକୋ ସ୍ପୋର୍ଟ୍ସ କାର ଜବତ ହୋଇଛି ।

Exit mobile version