କନ୍ଧମାଳ ( ଆୱାଜ଼ ମିଡ଼ିଆ – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ଥାନା ଆଲାରୀ ଗ୍ରାମ ନିକଟରେ ଥିବା ତ୍ରିଶକ୍ତି କନଷ୍ଟ୍ରକସନ କମ୍ପାନୀ କାମରେ ଜଣେ କାର୍ଯ୍ୟରତ ଶ୍ରମିକ କାମ କରିବା ସମୟରେ ବିଦ୍ୟୁତ ଆଘାତ ହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳର ତ୍ରିନାଥ ଛତର । ତ୍ରିନାଥ ଆଲାରୀ ଗ୍ରାମ ନିକଟରେ ଥିବା ତ୍ରିଶକ୍ତି କନଷ୍ଟ୍ରକସନ କମ୍ପାନୀରେ ରୋଷେୟା ଭାବେ କାମ କରୁଥିଲେ । ରୋଷେଇ କରିବା ସମୟରେ ହଠାତ ବିଦ୍ୟୁତ ଆଘାତ ଲାଗି ଗୁରୁତର ହୋଇ ଯାଇଥିଲେ । ଏହାପରେ କମ୍ପାନୀର ଅନ୍ୟ କର୍ମଚାରୀ ମାନେ ତ୍ରିନାଥଙ୍କୁ ସଙ୍ଗେ ସଙ୍ଗେ ଦାରିଙ୍ଗବାଡ଼ି ମେଡିକାଲକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇବା ପରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୪/୨୧ ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।
ବିଦ୍ୟୁତ ଆଘାତରେ କନଷ୍ଟ୍ରକସନ କର୍ମଚାରୀ ମୃତ

