Site icon Awaj Media

ପୁଲିସ କବଜାରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ !!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପୁଲିସ କବଜାରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ , ବିପୁଳ ପରିମାଣର ଗଞ୍ଜେଇ ଜବତ , ତେବେ ଗିରଫ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା ସମୟରେ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହେବ ପରେ ପୁଲିସ ପାଇଁ ବଢିଯାଇଛି ସମସ୍ୟା . କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ପୋଲିସ୍ ହାବୁଡ଼ରେ ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଧରାପଡିଛନ୍ତି । ପ୍ରକାଶ ଯେ, ଅର୍ଣ୍ଣପୂର୍ଣ୍ଣା ନାମକ ଏକ ଘରୋଇ ବସରେ ଗଞ୍ଜେଇ ନେଇ ଯିବାବେଳେ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ କାବୁ କରିଛି କୋଟଗଡ଼ ପୋଲିସ୍ । ସେମାନଙ୍କ ନିକଟରୁ ୧୦ କିଲୋ ୧୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି |

ସୂଚନା ପ୍ରକାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କୋଟଗଡ଼ ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କ ନିର୍ଦେଶ କ୍ରମେ ଏସ ଆଇ ବିକ୍ରମ କେଶରୀ ଦେହୁରୀ ସଦଳବଳ ସହ କୋଟଗଡ଼ ପାହାଡି ଢ଼ାବା ନିକଟରେ ଅର୍ଣ୍ଣପୂର୍ଣ୍ଣା ନାମକ ଏକ ଘରୋଇ ବସ୍ କୁ ଅଟକାଇ ଛାନ ଭିନ କରିଥିଲା ଓ ବସରୁ ଜାମସେଦପୁରର ଦୁଇ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ୍ । ସେମାନଙ୍କ ବିରୁଦ୍ଧରେ କେସ୍ ନଂ ୩୫/୨୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ପଠାଇବା ପୂର୍ବରୁ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ପରୀକ୍ଷା କରାଯିବା ବେଳେ ସେଥିମଧ୍ୟରୁ ଜଣେ ଅଭିଯୁକ୍ତର କରୋନା ପଜିଟିଭ୍ ରିପୋର୍ଟ ବାହାରିଥିବା ଜାଣାପଡ଼ିଥିଲା । ଯାହା ଫଳରେ କୋଟଗଡ଼ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା ଓ ଗୋଟିଏ ଦିନ ବିଳମ୍ବରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି | ଏହାପରେ କୋଟଗଡ଼ ଥାନା ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଥିବା ଦେଖିବାକୁ ମିଳିଛି ।

Exit mobile version