Site icon Awaj Media

ଅବକାରୀ ଗୁଇନ୍ଦା ବିଭାଗର ଅଚାନକ ଚଢ଼ାଉ : ବିଦେଶୀ ମଦ ଜବତ ,୨ ଗିରଫ !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଦଳ ଅଚାନକ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରାରେ ଓ ବେଆଇନ ଭାବେ ବିକ୍ରି ହେଉଥିବା ୧୩୧ ଲିଟର ବିିଭିନ୍ନ ବିଦେଶୀ ମଦ ଜବତ କରିବା ସହିତ ଏହି ଘଟଣାରେ ୨ ଜଣକୁ ଗିରଫ କରିଛନ୍ତି । ଗିରଫ ମାନେ ହେଲେ ଗୋଛାପଡ଼ା ପଞ୍ଚାୟତ ଅନ୍ତର୍ଗତ କାମଟଣା ଗ୍ରାମର ରିନା କହଁର ଓ ଅନ୍ୟଜଣେ ହେଲେ ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଭେଟଖୁଲ୍‍ ଗ୍ରାମର ପଦ୍ମଚରଣ ସାହୁ । ଅବକାରୀ ଅଧିକାରୀ ବିଶ୍ୱଜିତ ନାୟକଙ୍କ ନେତୃତ୍ୱରେ ଏହି ଚଢାଉରେ ଏସ୍‍.ଆଇ ସନ୍ତୋଷ ନାୟକ, କୁମୁଦ ପ୍ରଧାନ, ପ୍ରବୀଣ କୁମାର ସାମଲ ପ୍ରମୁଖ ସାମିଲ ହୋଇଥିଲେ । ଅବକାରୀ ଚଢାଉ ସମୟରେ ରିନା କହଁରଙ୍କ ଠାରୁ ୧୦୧ ଲିଟର ବିଦେଶୀ ମଦ ଜବତ ହୋଇଥିବା ବେଳେ ପଦ୍ମଚରଣ ଠାରୁ ୩୦ ଲିଟର ବିଦେଶୀ ମଦ ଜବତ ହୋଇଛି । ଦୀର୍ଘଦିନ ହେଲା ଉଭୟ ଚୋରା ମଦ କାରବାର କରୁଥିବା ତଦନ୍ତରୁ ଜଣାପଡିଛି । ପୃଥକ ପୃଥକ ଭାବେ ୨ଟି ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Exit mobile version