Site icon Awaj Media

ଜମିଜମା ବିବାଦକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ସିର୍ଲା ଅଞ୍ଚଳରେ ଜମି ଜମା ବିବାଦକୁ କେନ୍ଦ୍ର ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଘଟଣାରୁ ପ୍ରକାଶ ଯେ, ଗ୍ରାମର ଭକ୍ତ ପାଟ ମାଝି ଓ ବାମୁରା ସୁକା ମାଝିଙ୍କ ମଧ୍ୟରେ ଜମିବାଡିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲ । ତେବେ ଭକ୍ତ ଘରେ ଥିବାବେଳେ ବାମୁରା ଆସି ପୁଣି ଜମି ବାଡ଼ିକୁ ନେଇ ତର୍କ ବିତର୍କ ହୋଇ ତାହା ଶେଷରେ ଉଗ୍ରରୂପ ଧାରଣ କରିବାରୁ ବାମୁରା ନିକଟରେ ଥିବା ଏକ ଧାରୁଆ କଟୁରୀରେ ବେକକୁ ହାଣିଦେବା ଫଳରେ ଭକ୍ତଙ୍କର ପ୍ରବଳ ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଭକ୍ତର ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ଘର ଲୋକେ ପହଞ୍ଚି ଭକ୍ତଙ୍କୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଦେଖି ପୋଲିସକୁ ଜଣାଇଥିଲେ । ତେବେ ହତ୍ୟାକରି ବାମୁରା ସୁକା ମାଝି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ତୁମୁଡିବନ୍ଧ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ କରିବା ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତକୁ ଅତି ଶିଘ୍ର ଗିରଫ କରାଯିବା ବୋଲି ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିବା ତଦନ୍ତ ଅବ୍ୟାହତ ରଖିଥିବା ପ୍ରକାଶ କରିଛି ।

Exit mobile version