Site icon Awaj Media

ଜେଲ ଗଲେ ଲାଞ୍ଚୁଆ ତହସିଲଦାର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରାଇକିଆ ତହସିଲଦାରଙ୍କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ ଟିମ l ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ଗଲେ ଲାଞ୍ଚୁଆ ତହସିଲଦାର . ରାଇକିଆ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ତାଙ୍କର ରାଇକିଆ ସ୍ଥିତ ସରକାରୀ ବାସଭବନରୁ ଭିଜିଲାନ୍ସ ଟିମ ଗିରଫ କରିଥିଲା l ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ରାଇକିଆ ତହସିଲଦାର ରାଇକିଆ ଥାନା ମଣ୍ଡାକିଆ ଗ୍ରାମର ସେନାପତି ପ୍ରଧାନ ନାମକ ଜଣେ ଟ୍ରାକ୍ଟର ମାଲିକଙ୍କ ଠାରୁ ତାଙ୍କର ଜବତ ଟ୍ରାକ୍ଟର ରିଲିଜ୍ କରିବାକୁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ ହୋଇଥିଲେ l ପ୍ରକାଶ ଯେ, ଏକ କୂଅରେ ପଥର ପେକିଙ୍ଗ କରିବା ପାଇଁ କିଛି ଦିନ ତଳେ ଟ୍ରାକ୍ଟରରେ ପଥର ବୋଝେଇ ହୋଇ ଯାଉଥିବା ବେଳେ, ତହସିଲଦାର ଟ୍ରାକ୍ଟରକୁ ଜବତ କରିଥିଲେ ଏବଂ ଟ୍ରାକ୍ଟର ମାଲିକ ସେନାପତି ପ୍ରଧାନ ଙ୍କୁ ଟ୍ରାକ୍ଟର ରିଲିଜ କରିବା ପାଇଁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଶେଷରେ ୫୦ ହଜାର ଟଙ୍କା ନେଇ ଟ୍ରାକ୍ଟର ଛାଡ଼ିବା ପାଇଁ ରାଜି ହୋଇଥିଲେ ଏବଂ ସେହି ସମୟରେ ୧୦ ହଜାର ଟଙ୍କା ନେଇଥିଲେ l ଆଉ ବକେୟା ୪୦ ହଜାର ଲାଞ୍ଚ ଟଙ୍କା ଟ୍ରାକ୍ଟର ମାଲିକ ଠାରୁ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଏବେ ତହସିଲଦାର ଚୌକି ରୁ ଯାଇ ଜେଲ ର ଚାରିକାନ୍ଥ ଭିତରେ l

Exit mobile version