Site icon Awaj Media

ଦେହ ବ୍ୟବସାୟ କୁ କେନ୍ଦ୍ର କରି ପୁନଙ୍ଗ ମୁସଲିମ ବସ୍ତିରେ ଉତ୍ତେଜନା !!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ପୁନଙ୍ଗ ମୁସଲିମ ବସ୍ତିରେ ଉତ୍ତେଜନା । ଘରେ ଦେହ ବ୍ୟବସାୟ କୁ କେନ୍ଦ୍ର କରି ବସ୍ତି ବାସିନ୍ଦା ଙ୍କ ମଧ୍ୟରେ ଉତ୍ତେଜନା । ସୂଚନା ମୁତାବକ ପୁନଙ୍ଗ ମୁସଲିମ ବସ୍ତିରେ ରହୁଥିବା ଅବୁ ବକ୍କର ଶାହଙ୍କ ପତ୍ନୀ ମୁଶୋ ବିବି ଏବଂ ଝିଅ ଖୁଶୋ ଖାତୁନ ଦୀର୍ଘଦିନ ଧରି ଘରେ ରହି ବିଭିନ୍ନ ଅଞ୍ଚଳର ଯୁବକଙ୍କୁ ପ୍ରଲୋଭିତ କରି ଦେହ ବ୍ୟବସାୟରେ ଲିପ୍ତ ରହୁଥିଲେ ।

ସ୍ୱାମୀ ଅବୁ ବକ୍କର ଏବଂ ପୁଅ ଅଜଗର ଅଲ୍ଲୀ ଶାହ ଏହାକୁ ବିରୋଧ କରିବା ପରେ ମୁଶୋ ଏବଂ ଝିଅ ଖୁଶୋ ଉତକ୍ଷିପ୍ତ ହୋଇ ପୁଅ ଅଜଗର କୁ ଟାଙ୍ଗିଆ ରେ ହାଣିବା ସହ ସ୍ୱାମୀ ଅବୁ ବକ୍କରଙ୍କୁ ଶ୍ଵାସ ରୁଦ୍ଧ କରି ମାରିବାକୁ ଚେଷ୍ଟା କରିଥିଲେ । ତେବେ ଏ ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହେଉଛି । ଆଜି ପୂର୍ବଭଳି କଟକ ଅଞ୍ଚଳର ଜଣେ ଯୁବକ ଖୁଶୋ ଙ୍କ ସହ ଘରେ ରହିଥିବା ଦେଖି ବସ୍ତି ବାସିନ୍ଦା ଦୃଢ଼ ବିରୋଧ କରିଥିଲେ । ଖବର ପାଇ ପିସିଆର ଭ୍ୟାନ୍ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକୁ ଧରି ଥାନାକୁ ଆଣିଛି । ତେବେ ଆଗାମୀ ଦିନରେ ଯଦି ପୋଲିସ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ତେବେ ବ୍ୟାପକ ଜନ ଅସନ୍ତୋଷକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

Exit mobile version