Site icon Awaj Media

ଚୋରୀ ସ୍କୁଟି ଉଦ୍ଧାର : ଯୁବତୀ ଗିରଫ

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସ୍କୁଟି ଚୋରୀ ଅଭିଯୋଗରେ ଜଣେ ଗିରଫ , ତେବେ ଆଶ୍ଚର୍ଯ୍ୟର କଥା ଏକ ହୋଟେଲ ସମ୍ମୁଖରୁ ସ୍କୁଟି ଟିକୁ ନେଇ ପଳାଇଥିଲେ ଜଣେ ଯୁବତୀ . ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ଘଟିଛି ଏପରି ଘଟଣା . ରଣପୁର ପୁଲିସ ସ୍କୁଟି ଚୋରି ଅଭିଯୋଗରେ ଯୁବତୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସମୟରେ ସ୍କୁଟି କୁ ଉଦ୍ଧାର କରିଛି । ଘଟଣା ରୁ ପ୍ରକାଶ ଗତ ଶନିବାର ସକାଳୁ ରଣପୁର ହୋଟେଲ ସମ୍ମୁଖରେ ସ୍କୁଟି ଟି ଥୁଆ ହୋଇଥିବା ବେଳେ ରଣପୁର ବ୍ଲକ୍ କେରେଣ୍ଡାଟାଙ୍ଗି ପଞ୍ଚାୟତ ବୃନ୍ଦାବନ ବିହାର ପୁର ର ତୃପ୍ତିମୟୀ ମହାପାତ୍ର ନାମକ ଯୁବତୀ ଗାଡ଼ିଟି କୁ ନେଇ ପଳାଇ ଯାଇଥିଲେ । ଏ ସମ୍ପର୍କରେ ହୋଟେଲ ମାଲିକ ପ୍ରଶାନ୍ତ ଦାସ ଥାନା ରେ ଅଭିଯୋଗ କରିବା ପରେ ରଣପୁର ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ଙ୍କ ନେତୃତ୍ବରେ ଏସଆଇ ପ୍ରିତି ପ୍ରକାଶ ମହାନ୍ତି ଏକ ଟିମ ଗଠନ କରି ତଦନ୍ତ କରିବା ସହ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଆରିକିମା ଗ୍ରାମ ରୁ ସ୍କୁଟି ଟିକୁ ଜବତ କରିବା ସହ ତୃପ୍ତିମୟୀ ଙ୍କୁ ଗିରଫ କରିଥିଲେ । ଜନଗହଲୁ ପୂର୍ଣ୍ଣ ସ୍ଥାନରୁ ଜଣେ ଯୁବତୀ ଏପରି ଭାବରେ ସ୍କୁଟି ଚୋରୀ କରିବା ଘଟଣା ସ୍ଥାନୀୟ ଅଂଚଳରେ ଆଲୋଚନାର ବିଷୟ ପାଲଟିଛି .

Exit mobile version