Site icon Awaj Media

ସାମ୍ବାଦିକଙ୍କୁ ଗାଳି କରିଥିବା ଇନ୍ସପେକ୍ଟରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ଜୈନକ ସାମ୍ବାଦିକ ଙ୍କୁ ଗାଳି କରିଥିବା ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରି କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.ବିନୀତ ଅଗ୍ରୱାଲଙ୍କୁ ଦାବୀପତ୍ର ପ୍ରଦାନ ପରେ , ଅଭିଯୋଗକୁ ଭିତ୍ତି କରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ସମ୍ପୃକ୍ତ ଇନ୍ସପେକ୍ଟର ସାମନ୍ତ ସିଂହାରଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟ ରିଜର୍ଭ କୁ ବଦଳି କରିବା ସହ ଏହାର ତଦନ୍ତ ପାଇଁ ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି । ପ୍ରାଥମିକ ସ୍ତରରେ ଏସପି ଙ୍କ ଏହି କାର୍ଯ୍ୟ ପାଇଁ ସଂଘ ପକ୍ଷ ରୁ ଧନ୍ୟବାଦ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଉଛି ।

Exit mobile version