Site icon Awaj Media

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ଶବ ବୋହିବାକୁ ନେଇ ଆମ୍ବୁଲାନ୍ସ ଡ୍ରାଇଭର ଓ ଅଟୋ ଡ୍ରାଇଭର ମଧ୍ୟରେ ଝଗଡ଼ା !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଭାବନୀୟ ଘଟଣା . ସୂଚନା ଅନୁଯାୟୀ ସୁନଖଳା ନିକଟସ୍ଥ ବାୟାପଲ୍ଲୀ ଗ୍ରାମର ପାଣୁ ସେଠୀଙ୍କ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପାଣୁ ସେଠୀଙ୍କ ପରିବାର ଆର୍ଥିକ ଅନଗ୍ରସର ହୋଇଥିବାରୁ ମହାପ୍ରୟାଣ ଗାଡ଼ିରେ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ଗାଡ଼ି ଉପଲବ୍ଧ ନ ହେବାରୁ ମୃତକ ପାଣୁଙ୍କ ପରିବାର ଲୋକ ଏକ ଅଟୋ ଭଡ଼ାକରି ନେଉଥିବା ବେଳେ ଚିକିତ୍ସାଳୟ ପରିସରରେ ଥିବା OD 33 D 0410 ନମ୍ବର ବିଶିଷ୍ଟ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ର ଡ୍ରାଇଭର ଅଟୋ ଆଗରେ ଆମ୍ବୁଲାନ୍ସ ରଖି ବାଟ ରୋକିବା ସହିତ ଏଠାରୁ ତୁମେ ଅନ୍ୟ ଗାଡ଼ିରେ ଶବ ନେଇ ପାରିବ ନାହିଁ ବୋଲି କହିଥିଲେ , ଏପରିକି ଶବ ନେବାକୁ ହେଲେ କେବଳ ମେଡ଼ିକାଲ ପରିସର ରେ ଥିବା ଆମ୍ବୁଲାନ୍ସ ରେ ନେବାକୁ ପଡ଼ିବ ବୋଲି ବାଧ୍ୟ କରିବା ସହିତ ସାଙ୍ଗରେ ଆସିଥିବା ଅଟୋ ଡ୍ରାଇଭରକୁ ମାଡ଼ ମାରିବାକୁ ଉଦ୍ୟତ ହୋଇଥିଲା ବୋଲି ଶବ ନେଉଥିବା ଅଟୋ ଡ୍ରାଇଭର ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାରୀ ଆମ୍ବୁଲାନ୍ସ ଥିବା ସତ୍ତ୍ୱେ ମେଡ଼ିକାଲ ପରିସର ମଧ୍ୟରୁ କଣ ପାଇଁ ପ୍ରାଇଭେଟ ଆମ୍ବୁଲାନ୍ସ ଗୁଡିକୁ ଅପସାରଣ କରାଯାଉ ନାହିଁ, ତାହା ବିଭାଗୀୟ ଅଧିକାରୀ ଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Exit mobile version