Site icon Awaj Media

ଚୋରା ଚାଲାଣ ସମୟରେ ରାସ୍ତାରୁ ଗଞ୍ଜେଇ ଜବତ : ୩ ଗିରଫ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପାଡ଼ିପଙ୍ଗା ଗ୍ରାମରେ ପୋଲିସ ଚଢ଼ାଉ କରି ୧୭ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସୁମନ୍ତ କହଁର, ପୀତବାସ କହଁର ଏବଂ କୁମର ବେହେରା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି ।

ଫିରିଙ୍ଗିଆ ଥାନାଧିକାରୀ ଶ୍ୟାମ ସୁନ୍ଦର ରାଓଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ମାନେ ଗଞ୍ଜେଇକୁ ବାହାରକୁ ଚୋରା ଚାଲାଣ କରିବା ପାଇଁ ପାଡ଼ିପଙ୍ଗା ଗ୍ରାମର ଏକ ରାସ୍ତା କଡ଼ରେ ଗଛିତ ରଖିଥିଲେ । ଏ ନେଇ ସେମାନଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା, ତାପରେ କନ୍ଧମାଳ ଏସ୍‌ ପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ସମେତ ଅନ୍ୟ ଥାନା କର୍ମଚାରୀ ସେହି ଗ୍ରାମକୁ ଯାଇଥିଲେ ଏବଂ ଗଞ୍ଜେଇ ଗଛିତ ଥିବା ଜାଗାରେ ପହଞ୍ଚିଥିଲେ । ବସ୍ତା ବସ୍ତା କରି ରଖା ଯାଇଥିବା ସମସ୍ତ ଗଞ୍ଜେଇକୁ ଜବତ କରିଥିଲେ । ଘଟଣା ସ୍ଥଳରୁ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ । ଏନେଇ ଏକ ମାମଲା ୬୪/୨୧ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି ।

Exit mobile version