Site icon Awaj Media

ପୁଣି ଜବତ ହେଲା ଧଳା ଜହର : ଜଣେ ଗିରଫ !

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦେଶ କ୍ରମେ ଏସଡିପିଓ ସୁଶିଲ କୁମାର ମିଶ୍ରଙ୍କ ନେତୃତ୍ୱରେ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ କର୍ମଚାରୀ ମାନଙ୍କ ସହ ଚଢ଼ାଉ କରି ୫୦.୧୯ ଗ୍ରାମ ବ୍ରାଉନ ସୁଗାର ଜବତ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି । ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି । ସୂଚନା ମୁତାବକ ଖୋର୍ଦ୍ଧାର ବରୁଣେଇ ହୋଟେଲ ନିକଟରୁ ବଉଦ ଜିଲ୍ଲା ରଞ୍ଜନପଲ୍ଲୀ ଗ୍ରାମର ଆକାଶ ସେଠୀ ଠାରୁ ବ୍ରାଉନ ସୁଗାର ଜବତ କରିବା ସହ ଗିରଫ କରାଯାଇଛି ।

Exit mobile version