Site icon Awaj Media

ଯୁବକଙ୍କୁ ଗୋଡେଇ ଗୋଡେଇ ପିଟିବା ଘଟଣାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ସୁକିନ୍ଦା ପୋଲିସ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବୈରିମାଳ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଗ୍ରାମରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଭିଡ଼ିଓ ଭାଇରାଲ ଘଟଣାରେ ବୈରିମାଳ ଗ୍ରାମର ସଞ୍ଜୟ ରାଉତ, ଅଗାଧୁ ରାଉତ, ବଟ ରାଉତ, ଅଟଳ ରାଉତ, ସନ୍ତୋଷ ରାଉତ ନାମରେ ସୁକିନ୍ଦା ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୁକିନ୍ଦା ପୁଲିସ । ଆକ୍ରମଣର ଶୀକାର ହୋଇଥିବା ବିଟୋଳ ରାଉତଙ୍କ ଅଭିଯୋଗକୁ ଭିତ୍ତିକରି ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ଶିବଚରଣ ବେହେରା କେଶ ନମ୍ବର ନମ୍ବର 120/21 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ . ବିଶେଷ ସୂତ୍ରରୁ ସୂଚନା ପାଇ ସୁକିନ୍ଦା ଥାନା ଅନ୍ତର୍ଗତ ବୈରିମାଳ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ଆସାମୀ ମାନଙ୍କୁ ଧରିଥିବା ବେଳେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅଦାଲତରେ ହାଜର କରାଯାଇଛି .

Exit mobile version