Site icon Awaj Media

ନୟାଗଡ ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣା : ତିନି ଦିନ ମହଲତ ନେଲେ ଜିଲ୍ଲାପାଳ !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଏବଂ ଆଶାଳୀନ ବ୍ୟବହାର ଘଟଣା ନେଇ ସମଗ୍ର ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ସମୟରେ ଘଟଣାର ନିରପେକ୍ଷ ଯାଞ୍ଚ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ଡ.ପୋମା ଟୁଡୁ ତିନି ଦିନ ସମୟ ନେଇଛନ୍ତି । ଆସନ୍ତା ବୁଧବାର ଦିନ ଏ ସମ୍ପର୍କରେ ପ୍ରଶାସନ ର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ଜଣାଇବା ପ୍ରତିଶ୍ରୁତି ପରେ ସାମୟିକ ଭାବରେ ଚାଲିଥିବା ଧାରଣାକୁ ସ୍ଥଗିତ ରଖାଯାଇଛି . ଏହି ସମୟ ମଧ୍ୟରେ ସମସ୍ତ ସାମ୍ବାଦିକ କଳା ବ୍ୟାଜ ପରିଧାନ କରିବେ ବୋଲି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଯଦି ବୁଧବାର ଭିତରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ଆସୋସିଏସନ୍ ର ସଭାପତି ଅନୱର ଅଲ୍ଲୀ ପ୍ରକାଶ କରିଛନ୍ତି ।

Exit mobile version