Site icon Awaj Media

କୋଇଲ ତୀର ମାଡ ଘଟଣା : କଟାହେଲା ଆହତଙ୍କ ଗୋଡ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କୋଇଲ ଗ୍ରାମରେ ପାରିବାରିକ କଳହରୁ ଦାଦା ର ତିର ମାଡ଼ରେ ପୁତୁରା ଆହତ ଘଟଣା , ୨୩ ଦିନ ପରେ ଚିକିତ୍ସାଧିନ ଅବସ୍ଥାରେ ଗୋଡ଼ କାଟିଲେ ଡାକ୍ତର । ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର କୋଇଲ ଗ୍ରାମରେ ପୁରୁଣା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଜୁନ 2 ତାରିଖରେ ଝଗଡା ହୋଇଥିବା ବେଳେ ଏହି ଝଗଡା ରେ କୋଇଲ ଗ୍ରାମର ଲଷ୍ମୀଧର ପ୍ରଧାନ ତାଙ୍କ ପୁତୁରା ଶିଶିର ପ୍ରଧାନଙ୍କ ଗୋଡ଼ ଜଙ୍ଘକୁ ତିର ମାରିଦେବାରୁ ଶିଶିରଙ୍କୁ ପରିବାର ଲୋକେ 108 ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରେଇବା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଇଥିଲେ . 23 ଦିନ ଚିକିତ୍ସା ହେବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ବାଧ୍ୟ ହୋଇ ଶେଷରେ ଆଜି ଶିଶିର ଙ୍କର ଗୋଡ଼ କାଟି ଥିବାର ସୂଚନା ମିଳିଛି । ଶିଶିର ଟ୍ରକ ଡ୍ରାଇଭର ଭାବେ ଗାଡି ଚଲେଇ ତାଙ୍କ ପରିବାରର ପୋଷୁଥିବା ବେଳେ ଘରର ଏକ ମାତ୍ର ରୋଜଗରିଆ ବ୍ୟକ୍ତି ଥିବା ବେଳେ ତାଙ୍କର ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ସହିତ ଆସାମୀ କୁ ସୁକିନ୍ଦା ପୋଲିସ ତୁରନ୍ତ ଗିରଫ କରି ଦୃଢ଼ ଦଣ୍ଡ ଦେବା ଆବଶ୍ୟକ ବୋଲି ପରିବାର ପକ୍ଷରୁ ଦାବି ହେଉଛି ।

Exit mobile version