Site icon Awaj Media

ଦଲିକି ଗ୍ରାମରେ ଧର୍ମ ପରିବର୍ତ୍ତନ କାର୍ଯ୍ୟ ଅଭିଯୋଗରେ ସୁକିନ୍ଦା ଥାନାରେ ଜଣେ ଅଟକ !

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦଲିକି ଗ୍ରାମରେ ଧର୍ମ ପରିବର୍ତ୍ତନ କାର୍ଯ୍ୟ ଅଭିଯୋଗରେ ସୁକିନ୍ଦା ଥାନାରେ ଜଣେ ଅଟକ । ସୁକିନ୍ଦା ଥାନା ଅନ୍ତର୍ଗତ ଦଲିକି ଗ୍ରାମରେ ହେମନ୍ତ ମେହେର ନାମକ ବ୍ୟକ୍ତି ବଲାଙ୍ଗୀରରୁ ଆସି ଧର୍ମ ପରିବର୍ତ୍ତନ କାର୍ଯ୍ୟ ଜାରି ରଖିଥିବା ବେଳେ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକାର୍ତ୍ତା ମନେ ଏହାକୁ ବିରୋଧ କରି ଧର୍ମ ପରିବର୍ତ୍ତନ କରାଉଥିବା ହେମନ୍ତ ମେହେର ନାମକ ବ୍ୟକ୍ତିକୁ ସୁକିନ୍ଦା ଥାନାରେ ଜିମା ଦେଇଥିବା ସୁଚନା ମିଳିଛି . ସାମ୍ବିଧାନିକ ନିୟମ ଅନୁସାରେ କାହାକୁ ପ୍ରଭାବିତ କରି ଧର୍ମ ପରିବର୍ତ୍ତନ କରାଇବା ଆଇନ ଅନୁଯାୟୀ ଦଣ୍ଡନୀୟ ହୋଇଥିବା ସମୟରେ ସମ୍ପୃକ୍ତ ବ୍ୟକ୍ତି ଯୋଜନାବଦ୍ଧ ଭାବରେ ସରଳ ଗରୀବ ଲୋକ ମାନଙ୍କୁ ପ୍ରଲୋଭିତ ପ୍ରଭାବିତ କରି ଧର୍ମ ପରିବର୍ତ୍ତନ କରାଉଥିବାର ଅଭିଯୋଗ ଆସିଛି .

Exit mobile version