Site icon Awaj Media

ସୁକିନ୍ଦା ଅଞ୍ଚଳରେ ଯୋଜନାବଦ୍ଧ ଧର୍ମାନ୍ତୀକରଣ : କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଲେ ସ୍ଥାନୀୟ ବୁଦ୍ଧିଜୀବୀ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ଚାଲିଛି ଯୋଜନାବଦ୍ଧ ଧର୍ମାନ୍ତୀକରଣ . ସୁକିନ୍ଦା ଥାନା ଦଲିକି ଗ୍ରାମରେ ଏକ ଘଟଣା ସାମନାକୁ ଆସିବା ପରେ ସ୍ଥାନୀୟ ବୁଦ୍ଧିଜୀବୀ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି . ସୁକିନ୍ଦା ଅଞ୍ଚଳର ବହୁ ଗରୀବ ଶ୍ରେଣୀର ଆଦିବାସୀ ଓ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକ ଓ ପରିବାରକୁ କିଛି ବ୍ୟକ୍ତି ବାହାରୁ ଆସି ମିଛ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରୁଥିବା ଘଟଣାର ବିହିତ ତଦନ୍ତ ଦାବୀ କରି ସ୍ଥାନୀୟ ବାସିନ୍ଦା ମାନେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟ ନାରାୟଣ ଶତପଥୀ ଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇ ଆଲୋଚନା କରିଛନ୍ତି । ସୁକିନ୍ଦା ଅଞ୍ଚଳରେ ଧର୍ମାନ୍ତୀକରଣ ପରି ସ୍ପର୍ଶକାତର ଘଟଣାକୁ ରୋକିବା ପାଇଁ ପ୍ରଶାସନିକ ପଦକ୍ଷେପ ପାଇଁ ଦାବୀ କରିଛି ବଜରଙ୍ଗ ଦଳ .

Exit mobile version