ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଗତ ଏପ୍ରିଲ ମାସରେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଗିରଫ କଲା ଢେଙ୍କାନାଳ ଟାଉନ ପୋଲିସ . ଢେଙ୍କାନାଳ ମେଡିକାଲ ପାଖରେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ଦୋଷୀକୁ ଗିରଫ କରିବାରେ ଢେଙ୍କାନାଳ ଟାଉନ ପୋଲିସ କୁ ମିଳିଛି ସଫଳତା ।
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ନିଜ ନାତୁଣୀ ଙ୍କ ସାଙ୍ଗରେ ଆସିଥିବା ମହିଳାଙ୍କୁ ଗତ ଏପ୍ରିଲ ମାସ 28 ତାରିଖରେ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଥିଲା . ଡାକ୍ତରଖାନାରେ ରହି ନିଜ ନାତୁଣୀର ଦେହ ଅସୁସ୍ଥ ଥିବାରୁ ସେବା କରୁଥିବା ସମୟରେ ଦକ୍ଷିଣକାଳୀ ପୋଖରୀ ନିକଟରେ ଜଣେ ଅଜ୍ଞାତ ଯୁବକ ଦ୍ୱାରା ଦୁଷ୍କର୍ମ ର ଶୀକାର ହୋଇଥିଲେ . ଘଟଣାକୁ ସେ ସମୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା . ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିବା ସହ ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ଉପରେ ଆକ୍ରମଣ କରିଥିଲା । ତା ଠାରୁ ଏକ ମୋଟର ସାଇକେଲ ଜବତ କରିଛି ଢେଙ୍କାନାଳ ଟାଉନ ପୋଲିସ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିସିଟିଭି ଫୁଟେଜ୍ ଯାଞ୍ଚ ଏବଂ ପୀଡିତା ମହିଳାଙ୍କ ଜମାନ ବନ୍ଦୀ ଉପରେ ଅନୁସନ୍ଧାନ କରି ଘଟଣାର ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ଏବଂ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

