Site icon Awaj Media

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ବଧୂହତ୍ୟା ଅଭିଯୋଗ !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ବାଲିକୁଦା ଥାନା ଅନ୍ତର୍ଗତ ଚଅଁରପୁର ଗ୍ରାମରେ ବଧୂହତ୍ୟା ର ଅଭିଯୋଗ ଆଣିଛନ୍ତି ଝିଅର ବାପଘର ଲୋକେ । ଚଅଁରପୁର ଗ୍ରାମର ବନବିହାରୀ ଜେନାଙ୍କ ପୁଅ ଚନ୍ଦନ କୁମାର ଜେନା ଜଗତସିଂହପୁର ଥାନା ଅନ୍ତର୍ଗତ ପଟସରା ଗ୍ରାମର ଅରକ୍ଷିତ ସାବତଙ୍କ ଝିଅ ଅନିତାକୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ର ପାଞ୍ଚ ମାସ ପୁରି ନଥିବା ବେଳେ ଶାଶୁ ଘର ଲୋକେ ଝିଅକୁ ଯୌତୁକ ପାଇଁ ମାରି ଦେଇଛନ୍ତି ବୋଲି ଝିଅର ବାପା ଅରକ୍ଷିତ ବାଲିକୁଦା ଥାନାରେ ଅଭିଯୋଗ କରିଛନ୍ତି । ଚଅଁରପୁର ଗ୍ରାମର ବନବିହାରୀ ଙ୍କ ବୋହୂର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଘର ଭିତରେ ଥିବା ପାଇଖାନା ଘରେ ଦେଖିବାକୁ ମିଳିଥିଲା । ବାଲିକୁଦା ପୋଲିସ ଖବର ପାଇ ଘଟଣାସ୍ଥଳରେ ଫରେନ୍ସିକ ଟିମ ସହିତ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଦେହ ଝୁଲୁଥିବା ସ୍ଥାନର ପରିପାର୍ଶ୍ଵିକ ଅବସ୍ଥାକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ତାର ପ୍ରାଥମିକ ତଦନ୍ତରୁ ଜଣା ପଡ଼ୁଛି ବୋଲି ସୂଚନା ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ଜଣା ପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Exit mobile version