Site icon Awaj Media

ନୟାଗଡ ସଦର ମହକୁମା ରେ ଚାଲିଛି କଙ୍ଗାରୁ କୋର୍ଟ : ପ୍ରଶାସନ ନୀରବଦ୍ରଷ୍ଟା

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ସଦର ମହକୁମା ରେ ଚାଲିଛି କଙ୍ଗାରୁ କୋର୍ଟ, ସବୁ ଜାଣି ସୁଦ୍ଧା ପ୍ରଶାସନ ଚୁପ. ଘଟଣା ଟି ଘଟିଛି ନୟାଗଡ ସଦର ବ୍ଲକ ଅନ୍ତର୍ଗତ କଳାହାଣ୍ଡି ଗ୍ରାମରେ . ଘଟଣାରୁ ପ୍ରକାଶ କଳାହାଣ୍ଡି ଗ୍ରାମର ବଲ୍ଲଵ ପଣ୍ଡା ଙ୍କ ଜମିବାଡ଼ି ଗଣ୍ଡଗୋଳ କୁ ନେଇ ଗ୍ରାମରେ ବସିଛି କଙ୍ଗାରୁ କୋର୍ଟ. ଗ୍ରାମରେ କରାଯାଇଛି ସାମାଜିକ ବାସନ୍ଦ .

ଏପରିକି ତାଙ୍କ ଘରର ଛୋଟ ପିଲାଙ୍କୁ ବି ଟ୍ୟୁସନ ହେଉଛି ମନା, ପିଲା ଟ୍ୟୁସନ ଗଲେ ଦିଦି କହୁଛନ୍ତି ଗାଁ ସଭାପତି କହିଛନ୍ତି ତୁମ ପରିବାର ଗ୍ରାମରୁ ଏକ ଘରକିଆ ଅଛ ମୁଁ ତୁମକୁ ପାଠ ପଢାଇବି ନାହଁ. ଥାନାରେ ଅଭିଯୋଗ କଲେବି ପୁଲିସ ପ୍ରଶାସନ ଚୁପ . ଯଦି ନୟାଗଡ ସଦର ମହକୁମା ରେ ଏପରି ଘଟଣା ଘଟୁଛି ତେବେ ପ୍ରଶାସନ କେତେ ପାରିବାର ବୁଦ୍ଧିଜୀବୀ ମହଲରେ ଆଲୋଚନ ଚାଲିଛି . ବିଗତ ଦିନରେ ନୟାଗଡ଼ର ବିଭିନ୍ନ ସ୍ଥାନରେ ଏପରି କଙ୍ଗାରୁ କୋର୍ଟ ର ବର୍ବରତା ସାମନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ନିନ୍ଦିତ ହୋଇଥିଲା . ନୟାଗଡରେ ଏପରି ଘଟଣା ବ୍ୟାଧି ପରି ମାଡି ଚାଲିଥିବା ସମୟରେ ଜିଲ୍ଲା ପ୍ରଶାସନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଜରୁରୀ ବୋଲି ଆଲୋଚନା ହେଉଛି .

Exit mobile version