Site icon Awaj Media

ବଡଧରଣର ଡକାୟତି : ଲୁଟିନେଲେ ଟଙ୍କା ସୁନା ଗହଣା !!!

Spread the love

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : କଳିଙ୍ଗନଗର ଥାନା ରାଣଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବାରାଖାଇ ର ସାତବାଟିଆ ଗ୍ରାମର ନିମାଇଁ ମଣ୍ଡଳ ଘର କବାଟ ଭାଙ୍ଗି ବିଳମ୍ବିତ ରାତିରେ ଲକ୍ଷାଧୁକ ଟଙ୍କା ଓ ସୁନା ଗହଣା ଚୋରି ହୋଇଛି । ଅଭିଯୋଗ ପାଇଁ ଥାନ ଅଧିକାରୀ ସୁଶାନ୍ତ କୁମାର ଦାସ ଥାନା କେଶ (୧୭୧/୨୦୨୧) ନମ୍ବର ରୁଜୁ କରି ଏଆଇ ରାଜେଶ ସେଠୀଙ୍କୁ ତଦନ୍ତ ଭାର ପ୍ରଦାନ କରିଛନ୍ତି । ଘଟଣାରୁ ଜଣାପଡିଛି ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ଅବସ୍ଥାରେ ଝରକା ବାଟରେ ମୁହଁରେ ନିଶା ସ୍ପ୍ରେ କରି କବାଟ ଭାଙ୍ଗି ଭିତରେ ପଶିଥିଲେ ଚୋରମାନେ . ଘରେ ଥିବା ଆଲମାରୀ ଓ ବାକ୍ସ ତାଲା ଭାଙ୍ଗି ନଗଦ ୪ଲକ୍ଷ ୨୦ହଜାର ଓ ସୁନା ମୁଦି , ସୁନା ଚୁଡି, ଚେନ, ମଙ୍ଗଳସୁତ୍ର ସମେତ ବହୁ ସୁନା ଓ ରୁପା ଜିନିଷ ପତ୍ର ଲୁଟି ନେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଅଧିକା ହେବ ବୋଲି ପ୍ରକାଶ . ଘଟଣାର ତଦନ୍ତ କରିବା ନିମନ୍ତେ କଟକରୁ ସାଇଟିଫିକ୍ ଦଳ ଓ ଜଗତସିଂପୁରରୁ ସନ୍ଧାନୀ କୁକୁର ଅଣାଯାଇ ତଦନ୍ତ ଜାରି ରହିଛି । ଖୁବ୍ ଶୀଘ୍ର ଡକାୟତି ଘଟଣାର ଫର୍ଦ୍ଦାଫାସ ହେବ ବୋଲି ତଦନ୍ତ ଅଧିକାରୀ ଏସ୍‌ଆଇ ଶ୍ରୀ ସେଠୀଙ୍କ ଠାରୁ ପ୍ରକାଶ ।

Exit mobile version