ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ବାଜିଚୌକ ଅନ୍ତର୍ଗତ ହାଉସିଂବୋର୍ଡ଼ ରେ ସକାଳୁ ସକାଳୁ ଏକ ମର୍ମନ୍ତୁଦ ହତ୍ୟାକାଣ୍ଡ ଘଟିଯାଇଛି । ହାଉସିଂ ବୋର୍ଡ଼ ଅନ୍ତର୍ଗତ ପଙ୍କଜ ବେହେରା ଙ୍କ ଝିଅ ମମତା ମହାଳିକ ସଦର ବ୍ଲକ ଅନ୍ତର୍ଗତ ବନସିଂ ଗ୍ରାମର ସତ୍ୟବ୍ରତ ମହାଳିକ ଙ୍କୁ ଗତ 10 ବର୍ଷ ତଳେ ବିବାହ କରିଥିଲେ । ପାରିବାରିକ ଝଗଡ଼ା କୁ କେନ୍ଦ୍ର କରି ଦୁହେଁ ଏବେ ଅଲଗା ରହୁଥିଲେ । ମମତା ମହାଳିକ ନିଜ ବାପ ଘରେ ରହୁଥିବା ସମୟରେ ଆଜି ସକାଳ ପ୍ରାୟ 6 ଘଟିକା ସମୟରେ ସତ୍ୟବ୍ରତ ନିଜ ଶ୍ୱଶୁର ଘରକୁ ଆସି ଅଚାନକ ନିଜ ସ୍ତ୍ରୀ ଙ୍କ ଉପରେ ଆକ୍ରମଣ କରିଥିଲେ । ଯାହା ଦ୍ୱାରାକି ଘଟଣା ସ୍ଥଳରେ ମମତାଙ୍କର ମୃତ୍ୟୁ ଘଟିଥିଲା ।
ଶ୍ୱଶୁର ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିବା ଦ୍ୱାରା ତାଙ୍କ ବାମ ପାଖ କାନ ରେ ଗଭୀର ଆଘାତ ଲାଗି ଲାଗିଛି । ତାଙ୍କ ଆଖି ତଥା ମୁଣ୍ଡରେ ଗଭୀର ଆଘାତ ହେବା ଦ୍ୱାରା ତାଙ୍କର ଖପୁରୀ ବାହାରକୁ ବାହାରି ଆସିଛି । ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିସ୍ୱଚ୍ଛଳୟ କୁ ଆଣିଲା ବେଳକୁ ମମତା ଙ୍କର ମୃତ୍ୟୁ ଘଟି ସାରିଥିଲା । ଘଟଣାଟି ଘଟାଇବା ପରେ ସତ୍ୟବ୍ରତ ଟାଉନ ଥାନାରେ ଆତ୍ମ ସମର୍ପଣ କରିଥିବା ଝିଅ ଘର ପକ୍ଷରୁ ସୂଚନା ମିଳିଛି । ସତ୍ୟବ୍ରତ ମହାଳିକ ଭାରତୀୟ ସେନାରେ ଜଣେ ସୈନିକ ରୂପେ କାର୍ଯ୍ୟ କରୁଥିଲେ । ପାରିବାରିକ କଳହକୁ କେନ୍ଦ୍ର କରି ଘଟିଥିବା ଏପରି ନାରକୀୟ କାଣ୍ଡ କୁ ନେଇ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି .

